www.samajalive.in
Wednesday, December 10, 2025
16.1 C
Bhubaneswar

ବାଂଲାଦେଶରେ ସରକାରୀ ଚାକିରୀରେ ସଂରକ୍ଷଣ ନେଇ ଆନ୍ଦୋଳନ ଜାରି, ୬ ମୃତ

ଡେସ୍କ: ବାଂଲାଦେଶରେ ଚାଲିଥିବା କୋଟା ସଂସ୍କାର ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭ ସମୟରେ ଗତକାଲି ମୃତ୍ୟୁ ହୋଇଥିବା ୬ ଜଣଙ୍କ ପାଇଁ କଫିନ୍ ଶୋଭାଯାତ୍ରା ବାହାରିଥିବା ଢାକା ବିଶ୍ୱବିଦ୍ୟାଳୟର ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଉପରକୁ ପୁଲିସ ଲୁହବୁହା ଗ୍ୟାସ୍ ଓ ସାଉଣ୍ଡ ଗ୍ରେନେଡ୍ ମାଡ଼ କରିଥିଲା। ସରକାରୀ ଚାକିରିରେ ସଂରକ୍ଷଣ ସଂସ୍କାର ଦାବିରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜୁଲାଇ ପହିଲାରୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୁଲିସ ଓ ଶାସକ ଦଳ ସଂପୃକ୍ତ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସାରା ଦେଶରେ ଚାକିରି କୋଟାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ମାରାତ୍ମକ ରୂପ ନେବାରୁ ଗତକାଲି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ବାଂଲାଦେଶର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଗତକାଲି ରାତିରେ କହିଛି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ, ଏହାର ଅନୁବନ୍ଧିତ ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଶିକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି।

- Advertisement -

୨୦୧୮ରେ ଏହି କୋଟା ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ ହେବା ପରେ ସରକାରୀ ସର୍କୁଲାରରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଚାକିରି ପାଇଁ କୋଟା ବ୍ୟବସ୍ଥାକୁ ବାତିଲ କରାଯାଇଥିଲା। ସରକାରୀ ଚାକିରିରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରିବା ପାଇଁ ୨୦୧୮ର ସରକାରୀ ସର୍କୁଲାରକୁ ବେଆଇନ ଘୋଷଣା କରି ଗତ ମାସ ୫ ତାରିଖରେ ହାଇକୋର୍ଟ ଦେଇଥିବା ରାୟର ଜବାବରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ସେପଟେ ସରକାରୀ ଚାକିରିରେ କୋଟା ସଂସ୍କାର ଦାବି କରୁଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଯେକୌଣସି ପ୍ରକାର ଧମକ କିମ୍ବା ହିଂସାରୁ ରକ୍ଷା କରିବାକୁ ଜାତିସଂଘ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛି।

ଜାତିସଙ୍ଘ ମହାସଚିବଙ୍କ ମୁଖପାତ୍ର ଷ୍ଟେଫାନ୍ ଡୁଜାରିକ୍ ଗତକାଲି ନ୍ୟୁୟର୍କରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାତିସଂଘ ପରିସ୍ଥିତି ବିଷୟରେ ବହୁତ ସଚେତନ ଅଛି। ଦେଶବ୍ୟାପୀ ଚାଲିଥିବା କୋଟା ସଂସ୍କାର ଆନ୍ଦୋଳନ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଢାକା, ଗାଜିପୁର, ଛତିଶଗଡ଼, ବୋଗୁରା, ରଙ୍ଗପୁର ଏବଂ ରାଜସାହିରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଯବାନଙ୍କୁ ମୁତୟନ କରାଯାଇଛି।

ବାଂଲାଦେଶ ସ୍ୱାଧୀନ ହେବା ପରେ ୩୦ ପ୍ରତିଶତ ଚାକିରି ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସଂରକ୍ଷିତ ଥିଲା। ୧୯୯୭ ମସିହାରେ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାଙ୍କ ପାଇଁ ଏହି କୋଟା ବଢ଼ାଇଥିଲେ। ୨୦୧୦ରେ ସ୍ୱାଧୀନତା ସଂଗ୍ରାମୀଙ୍କ ନାତିନାତୁଣୀଙ୍କୁ ସାମିଲ କରିବା ପାଇଁ ଏହାକୁ ଆହୁରି ବିସ୍ତାର କରାଯାଇଥିଲା।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories