ବାଇକ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ ଜଣେ ମୃତ, ୩ଗୁରୁତର

0

ଗୋପ: ବୁଧବାର ପୂର୍ବାହ୍ନ ୧୧ ସମୟରେ ପିପିଲି-କୋଣାର୍କ ରାସ୍ତା ଗୋପ କଲେଜ ନିକଟସ୍ଥ ବାଲିସାହି ଠାରେ ବାଇକ ଧକ୍କାରେ ଜଣେ ପର୍ୟ୍ୟଟକ ମୃତ୍ୟୁବରଣ କରିଥିବା ବେଳେ ,କୋଣାର୍କ ଥାନା ବଗଳେଇ ଅଞ୍ଚଳର ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ପୂର୍ବାହ୍ନ ୧୧ସମୟରେ କଟକ ଆଠଗଡ ଥାନା ଅଞ୍ଚଳ ରସାଳ ଗ୍ରାମର ୪ଜଣ ଯୁବକ ୨ଟି ମୋଟର ସାଇକେଲ ଯୋଗେ କୋଣାର୍କ ବୁଲିଯାଉଥିଲେ ।ଗୋପ -କୋଣାର୍କ ରାସ୍ତାର ବାଲିସାହି ନିକଟରେ ଏକ କ୍ଷୀର ଗାଡିକୁ ଓଭରଟେକ କରୁଥିବା ବେଳେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଫଳରେ ଆଠଗଡ ଅଞ୍ଚଳର ଏହି ପର୍ୟ୍ୟଟକ ବାଇକଟି ନିକଟରେ ଥିବା ଗୋଟିଏ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲା ।ବାଇକର ଗତିଟି ଏତେ ଜୋର ଥିଲା ଯେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ପଡିଥିଲା। ଘଟଣାସ୍ଥଳରେ ଆଠଗଡ ରସାଳ ଗ୍ରାମର ପ୍ରଦୀପ କୁମାର ସାହୁ (୨୬ )ମୃତ୍ୟୁବରଣ କରିଥିବା ବେଳେ ସେହି ଗ୍ରାମରକାହ୍ନୁଚରଣ ସାହୁ (୨୮) ଗୁରୁତର ହୋଇ ପଡିଥିଲେ । ସେହିପରି ଆଉ ଗୋଟିଏ ବାଇକରେ ଥିବା ଗୋପ ଥାନା ଅଞ୍ଚଳ ବଗଳେଇ ଗ୍ରାମର ଜୟରାମ ପ୍ରଧାନ (୨୧) ଓ ରାଜକିଶୋର ପ୍ରଧାନ (୫୭)ଗୁରୁତର ହୋଇଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି । ଗୁରୁତରମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ୬ନମ୍ବର ଡାକ୍ତରଖାନାକୁ ପଠାଯାଇଛି । ଗୋପ ପୋଲିସ ୨ଟି ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply