www.samajalive.in
Saturday, December 6, 2025
16.1 C
Bhubaneswar

ସର୍ଟ ସର୍କିଟ୍‌ରୁ ଜଳିଗଲା ଇଲେକ୍ଟ୍ରି ସାମଗ୍ରୀ ଦୋକାନ

ଭଦ୍ରକ : ଚାନ୍ଦବାଲି ବ୍ଲକ ଧାମରା ବଜାରରେ ଅଗ୍ନିକାଣ୍ଡ ।  ଜଳିଗଲା ଇଲେକ୍ଟ୍ରିକାଲ ମରାମତି ଦୋକାନ। ଜଳିପୋଡି ପାଉଁଶ ହେଲା ସମସ୍ତ ଇଲେକ୍ଟ୍ରି ସାମଗ୍ରୀ । ସୂଚନା ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଧାମରା ବଜାରରେ ଥିବା ଧନଞ୍ଜୟ ପଣ୍ଡାଙ୍କ ଇଲେକ୍ଟ୍ରିକାଲ ମରାମତି ଦୋକାନରେ ଅଚାନକ ନିଆଁ ଲାଗି ଯାଇଥିଲା। ଧାମରାରେ ମକରମେଳା ଚାଲିଥିବାରୁ ବଜାର ଭିଡ଼ ଥିଲା । ପ୍ରବଳ ଭିଡ଼ ଭିତରେ ନିଆଁ ଜଳିବା ଦେଖି ପାଖ ଦୋକାନିଙ୍କ ସମେତ ସମସ୍ତେ ଭୟବିତ ହୋଇ ନିକଟସ୍ଥ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ , ମଧ୍ୟ ଧନଞ୍ଜୟଙ୍କ ଦୋକାନର ସମସ୍ତ ଇଲେକ୍ଟ୍ରି ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣା ପଡ଼ିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories