www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ନୀତିରେ ସମ୍ପୃକ୍ତି ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିର ପ୍ରଶାସନର ମାସିକ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ପାଇଁ ଏଥିରେ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀ ଶୁକ୍ରବାରଠାରୁ ଶ୍ରୀମନ୍ଦିର ଏବଂ କାର୍ଯ୍ୟାଳୟରେ କୌଣସି ମାଦକ ଦ୍ରବ୍ୟ ସହ ପାନ ଗୁଟଖାର ବ୍ୟବହାର କରିବେ ନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ ଆଦୌ ବ୍ୟବହାର କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ପତ୍ତି ତାଲିକା ଚଳିତ ମାସ ୩୧ ସୁଦ୍ଧା ଦାଖଲ କରିବା ବାଧ୍ୟତାମୂଳକ। ଏହା ନକଲେ ସେମାନଙ୍କୁ ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ। ଆବଶ୍ୟକ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ର‌େ‌ତ୍ୟକ ଶୁକ୍ରବାର ସମସ୍ତ ଅଧିକାରୀ ଓ କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବୈଠକରେ ରାଜସ୍ବ, ଭୂସମ୍ପତ୍ତି ଓ ମହାପ୍ରଭୁଙ୍କ ଜମିଜମା ସମସ୍ୟା, ଶ୍ରଦ୍ଧାଳୁଙ୍କ ଦାନ, ଖଣି ଖାଦାନରୁ ରାଜସ୍ବ ବୃଦ୍ଧି ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସ୍ବଚ୍ଛତା ରକ୍ଷା ଉପରେ ବିଶେଷ ଆଲୋଚନା ହୋଇଥିଲା। ବିଶେଷକରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଦୁର୍ନୀତିରେ କେହି ସମ୍ପୃକ୍ତ ରହିଥିବା ପ୍ରମାଣ ମିଳିଲେ ତଦନ୍ତ କରାଯିବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଚାକିରିରୁ ବରଖାସ୍ତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସତର୍କ କରାଇଛନ୍ତି। ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସମସ୍ତ ବିଭାଗର ଦୈନନ୍ଦିନ କାର୍ଯ୍ୟ କଂପ୍ୟୁଟରୀକରଣ କରାଯିବ ବୋଲି ଡ. ପାଢ଼ୀ କହିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଖଣିଖାଦାନରୁ ରାଜସ୍ବ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚଳିତବର୍ଷ ପାଇଁ ଥିବା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଶ୍ରୀମନ୍ଦିର ପ୍ରଶାସନ ଅତିକ୍ରମ କରି ସାରିଛି। ମହାପ୍ରଭୁଙ୍କ ଭୂସମ୍ପତ୍ତିର ଜମିଜମା ସମସ୍ୟା ଓ ଜନ ଅଭିଯୋଗ ଶୁଣାଣି ପାଇଁ ‘ଶ୍ରୀ ସମ୍ପତ୍ତି ଡଟ୍‌ କମ୍‌’ ନାମରେ ୱେବ ପୋର୍ଟାଲ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସଞ୍ଚାର ମାଧ୍ୟମରେ ଶ୍ରୀମନ୍ଦିର ଦାନ ବ୍ୟବସ୍ଥାକୁ ବ୍ୟାଙ୍କ ସହ ଆଲୋଚନା କରି ସୁଦୃଢ଼ କରାଯିବ। ଦରକାର ପଡ଼ିଲେ ବୈଷୟିକ ଜ୍ଞାନ ସମ୍ପନ୍ନ କମ୍ପାନୀଠାରୁ ସହଯୋଗ ନିଆଯାଇପାରେ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ, ପୁଲିସ ପ୍ରଶାସନ ଓ ସେବାୟତ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories