www.samajalive.in
Saturday, December 6, 2025
19.1 C
Bhubaneswar

ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ହୋଇଛି ଗୁଳିମାଡ଼ !

ସମାଜ ଡିଜିଟାଲ ଡେସ୍କ: ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ହତ୍ୟାକାରୀ ଗୋପାଳ ଦାସ ବୋଲି କୁହାଯାଉଥିବା ବେଳେ ଏବେ ତାହାକୁ ବି ନେଇ ପ୍ରଶ୍ନ ଉଠିଛି। କାରଣ ନବ ଦାସଙ୍କ ଉପରକୁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ନେଇ ରାଜ୍ୟ ଫୋରେନସିକ ଲାବରେଟୋରୀ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ କେବଳ ଗୋପାଳ ଦାସ ନାଁ ଅନ୍ୟ କେହି ନବଙ୍କ ହତ୍ୟା ପଛରେ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ସେପଟେ ନବ ଦାସଙ୍କ ରକ୍ତଭିଜା ଶାର୍ଟ ମିଳୁ ନ ଥିବାରୁ ଏହା ପଛରେ ବି ଷଡ଼ଯନ୍ତ୍ର ରହିଥିବା ଚର୍ଚ୍ଚା ହେଉଛି। ଗୋପାଳଙ୍କ ବନ୍ଧୁକରୁ ୩ଟି ଗୁଳି ଫାୟାର କରାଯାଇଥିବାବେଳେ ୨ଟିର ଖୋକାକୁ ତଦନ୍ତକାରୀ ଟିମ ଜବତ କରିଛି। କିନ୍ତୁ ଯେଉଁ ଗୁଳିଟି ନବଙ୍କ ଶରୀରରେ ବାଜିଛି ତାହାର ଖୋକା ଏଯାଏ ମିଳିନାହିଁ। ଅନ୍ୟପଟେ ନବଙ୍କ ଗାଡ଼ି ପଛରେ ଥିବା ସ୍ବାସ୍ଥ୍ୟ ବିଭାଗର ଏକ ଗାଡ଼ିରେ ୫ଟି ଗୁଳି ବାଜିଥିବା ଜଣାପଡ଼ିଛି। ସେସବୁ ଗୁଳିର ଖୋକା ବି ମିଳିନାହିଁ। ଏସବୁ ତଥ୍ୟ ନବଙ୍କ ହତ୍ୟା ଘଟଣାକୁ ରହସ୍ୟାବୃତ୍ତ କରୁଛି। ଗୋପାଳଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ମଧ୍ୟ ମାମଲାର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories