www.samajalive.in
Monday, December 15, 2025
24.1 C
Bhubaneswar

ଦ୍ଵିତୀୟ ପର୍ଯ୍ୟାୟରେ ‘ବିଜୟ ସଂକଳ୍ପ ଯାତ୍ରା ‘, ଶ୍ରୀକ୍ଷେତ୍ରରୁ ଜାଜ୍ୟର ସମସ୍ତ ବିଜେପି ପ୍ରାର୍ଥୀଙ୍କ ପାଇଁ ଯିବ ମହାପ୍ରଭୁଙ୍କ ବିଜୟ ମାଳ ଓ ମହାପ୍ରସାଦ

ପୁରୀ : ବିଶ୍ବ କକଲ୍ୟାଣ ପାଇଁ ହିନ୍ଦୁ ଚେତନା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାର ଅସ୍ମିତାର ସୁରକ୍ଷା ଓ ଉତ୍କଳର ମଙ୍ଗଳ କାମନା କରିବାର ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ମହାପ୍ରୃଭୁ ଶ୍ରୀ ଜଗନ୍ନାଥଙ୍କ ପଦସେବକ ବରିଷ୍ଠ ଦଇତାପତି ତଥା ପୁରୀ ଜିଲା ବିଜେପିର ଉପ ସଭାପତି ଭବାନୀ ଦଇତାପତି। ଏ ନେଇ ଶ୍ରୀ ଭବାନୀ ଦଇତାପତି ଆଜି ଏକ ସାମ୍ବାଦିକସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଓଡ଼ିଶାର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କିଛି ସ୍ଥାନରେ ଭୋଟ ସରିଛି ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ସରଗରମ ରହିଛି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଅସ୍ମିତା ଏବଂ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା।ଶ୍ରୀମନ୍ଦିର ସୁରକ୍ଷା ,ଶୃଙ୍ଖଳିତ ଦର୍ଶନ ଓ ସେବାୟତ କଲ୍ୟାଣ ତଥା ଓଡ଼ିଶାର ଉନ୍ନତି ପାଇଁ ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଛନ୍ତି ତାକୁ ସଫଳ କରିବାକୁ ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଭବାନୀ ଦଇତାପତି କହିଛନ୍ତି ।

ଏହି କାରଣରୁ ଗତ ୮ତାରିଖରୁ ସିଂହଦ୍ଵାର ଠାରୁ ଏକ ବିଶେଷ ପଟୁଆରରେ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର, ମାଳ, ମହାପ୍ରସାଦ, ପତିତପାବନ ବାନା, ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ତଥା ଲୀଳାମୟଙ୍କ ଫଟୋଚିତ୍ର ଧରି ବିଜେପି ଦଳର ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଙ୍କୁ ଶ୍ରୀ ଭବାନୀ ଦଇତାପତିଙ୍କ ନେତୃତ୍ୱରେ ପୁରି ର ଏକସ୍ୱତନ୍ତ୍ର ଦଳ ସମଗ୍ର ରାଜ୍ୟ ପରିଭ୍ରମଣ କରି ପ୍ରଦାନକରିବାର ପବିତ୍ର କାର୍ଯ୍ୟ ଜାରି ରଖିଛନ୍ତି।

- Advertisement -

ଆଜି ସୁଦ୍ଧା ମୋଟ ୨୬ଟି ବିଧାନ ସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଏହା ପ୍ରଦାନ ସରିଛି। ଆସନ୍ତାକାଲିଠୁ ପୁଣି ଏହି ଦଳ ପୁରୀରୁ ବାହାରି ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀୃଙ୍କୁ ମହାପ୍ରସାଦ, ଆଜ୍ଞାମାଳ ପ୍ରଦାନ କରିବା ସହିତ ମହାପ୍ରଭୁଙ୍କ ନିକଟରେ ବିଜୟ କାମନା କରାଯିବ ବୋଲି ଭବାନୀ ଦଇତାପତି କହିଛନ୍ତି ା ପ୍ରଥମ ପର୍ଯ୍ୟାୟରେ ବିଜୟ ସଂକଳ୍ପ ଯାତ୍ରାର ଆଜ୍ଞାମାଳ ଓ ମହାପ୍ରସାଦ ପାଇ ପ୍ରାର୍ଥୀ ମାନଙ୍କ ମନରେ ଉତ୍ସାହ ଖେଳିଯିବା ସହିତ ବିଜୟ ସମ୍ଭାବନା ଦ୍ଵିଗୁଣିତ ହୋଇଥିଲା ବେଳେ ଦ୍ଵିତୀୟ ପର୍ଯ୍ୟୟରେ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories