www.samajalive.in
Sunday, December 7, 2025
23.1 C
Bhubaneswar

ବିହାରରେ ସାମ୍ବାଦିକଙ୍କୁ ଘରୁ ଡାକିବା ପରେ ଗୁଳି କରି ହତ୍ୟା

ପାଟଣା – ବିହାରରେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ଭାଇଙ୍କର ହତ୍ୟା ଘଟଣାରେ ଏକମାତ୍ର ସାକ୍ଷୀ ଥିଲେ । ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ବିହାରର ଉରରିୟ ରାଣୀଗଞ୍ଜରେ ଅପରାଧୀମାନେ ବାଇକରେ ଆସିଥିଲେ । ସାମ୍ବାଦିକ ବିମଲକୁମାରଙ୍କ ଘର ନିକଟରେ ପଞ୍ଚିବା ପରେ ତାଙ୍କ ନାମ ଧରି ଡାକିଥିଲେ । ପରେ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି ।

ଦୈନିକ ଜଗରଣର ସାମ୍ବାଦିକ ବିମଳ କୁମାର ରାଣୀଗଞ୍ଜର ପ୍ରେମନଗରରେ ଥିବା ଘରେ ଥିଲେ । ତାଙ୍କୁ ପ୍ରଥମେ ଦୁର୍ବୃତ୍ତମାନେ ନାଁ ଧରି ଡାକିଥିଲେ । ପରେ ତାଙ୍କ ଘରେ ପଶି ଗୁଳି କରିଥିଲେ । ଘଟଣାସ୍ଥଳରେ ହିଁ ବିମଳଙ୍କର ମୃତ୍ୟୁ ହୋଇଥିଲା ।

- Advertisement -

୨୦୧୯ ମସିହାରେ ବିମଳଙ୍କ ଭାଇଙ୍କର ହତ୍ୟା ହୋଇଥିଲା । ସେ ଏହି ମାମଲାରେ ଏକ ମାତ୍ର ସାକ୍ଷୀ ରହିଥିଲେ । ଏହି ଘଟଣାରେ ବିରୋଧମାନେ ନୀତିଶକୁମାରଙ୍କ ନୀତିକୁ ଦାୟୀ କରିଛନ୍ତି । ବିହାରରେ ଜଙ୍ଗଲରାଜ ବୃଦ୍ଧି ପାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories