www.samajalive.in
Wednesday, December 10, 2025
16.1 C
Bhubaneswar

ବିହାର ମତଦାନ ଭାଙ୍ଗିଲା ରେକର୍ଡ, ସନ୍ଧ୍ୟା ୫ ସୁଦ୍ଧା ୬୭.୧୪ ପ୍ରତିଶତ ଭୋଟିଂ

ପାଟଣା: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ବିହାର ନୂଆ ରେକର୍ଡ କରିଛି। ୩ଟା ସୁଦ୍ଧା ଭୋଟିଂରେ ଆକଳନ ୬୦ ପ୍ରତିଶତ ଉପରକୁ ଚାଲିଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ମତଦାନ ହୋଇଥିଲା। ଯଦି ଦେଖାଯାଏ ତେବେ ବିହାରରେ ସର୍ବାଧିକ ଭୋଟିଂର ରେକର୍ଡ ୧୯୯୮ ଲୋକସଭା ନିର୍ବାଚନରେ ହୋଇଥିଲା। ତେବେ ଚଳିତ ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭.୧୪ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ୭୦ ଲକ୍ଷରୁ ଅଧିକ ମତଦାତା ୧୨୨ ଆସନରେ ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ଇଭିଏମରେ କଏଦ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ମତଦାନ କେନ୍ଦ୍ରରେ ଭୋଟ ଦିଆଯାଇଛି ଯେଉଁଥିରୁ ୪୦,୦୭୩ ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିଲା। ମୋଟ ମତଦାତାଙ୍କ ମଧ୍ୟରେ କେବଳ ୧.୭୫ କୋଟି ମହିଳା ଭୋଟର ସାମିଲ ଥିଲେ। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ମତଦାନ ହୋଇଥିଲା ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories