www.samajalive.in
Tuesday, December 9, 2025
23.1 C
Bhubaneswar

ପ୍ରାର୍ଥୀପତ୍ର ଦାଖଲ ସହ ବିହାରରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ପାଟନା : ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏଥିସହିତ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତା ୮ ତାରିଖ ରହିଛି। ୯ ତାରିଖ ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯିବ।
ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିନ ୧୨ ତାରିଖ ରହିଛି। ଏହି ପର୍ଯ୍ୟାୟରେ ଗୟା, ନବାଡ଼ା, ଔରଙ୍ଗାବାଦ, ଜାମୁଇ, ରୋହତାସ୍‍, କାଇମୁର୍‍, ପାଟ୍‍ନା, ଭାଗଲ୍‍ପୁର, ବାଙ୍କା, ମୁଙ୍ଗେର୍‍, ଲଖିସରାଇ, ଶେକ୍‍ପୁରା, ଭୋଜ୍‍ପୁର, ବକ୍ସାର୍‍, ଅରୱାଲ୍‍ ଓ ଜେହାନାବାଦ୍‍ ଜିଲ୍ଲାର ୭୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ହେବ। ସେହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ।
କୋବିଡ୍‍-୧୯ ଦୃଷ୍ଟିରୁ ନିର୍ବାଚନ କମିଶନ୍‍ ପ୍ରଥମଥର ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିବାର ସୁଯୋଗ ପ୍ରଦାନ କରିଛି। ବ୍ୟକ୍ତିଗତ ଭାବେ ପ୍ରାର୍ଥପତ୍ର ଦାଖଲ କରିବା ସମୟରେ ଭିଡ଼ କମ୍‍ କରିବାକୁ ପ୍ରାର୍ଥୀଙ୍କ ସମେତ ୩ ଜଣରୁ ଅଧିକ ଲୋକଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ମଧ୍ୟରେ ରହିବାକୁ ଅନୁମତି ଦିଆଯିବ ନାହିଁ। ପ୍ରାର୍ଥୀମାନେ ନିଜ ନିଜ ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋର୍ଟାଲରେ ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଏହାବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ ଅମାନତ ଅର୍ଥ ଜମା କରିପାରିବେ। ମାସ୍କ ପରିଧାନ କରିବା ଓ କୋବିଡ୍‍ ସମ୍ବନ୍ଧୀୟ ଅନ୍ୟାନ୍ୟ କଟକଣା ଗୁଡ଼ିକର ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

- Advertisement -

୨୪୩ ସଦସ୍ୟ ବିଶିଷ୍ଟ ବିହାରର ବିଧାନସଭା ପାଇଁ ନିର୍ବାଚନ ତିନୋଟି ପର୍ଯ୍ୟାୟରେ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ନଭେମ୍ବର ୩ ତାରିଖରେ ହେଉଥିବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ମତଦାନ ହେବ। ଭୋଟ୍‍ଗଣତି ନଭେମ୍ବର ୧୦ ତାରିଖରେ କରାଯିବ। ବିହାର ବିଧାନସଭା ନିର୍ବାଚନରେ ମୋଟ ୭ କୋଟି ୨୯ ଲକ୍ଷ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories