www.samajalive.in
Monday, December 15, 2025
24.1 C
Bhubaneswar

ବିହାର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଆକ୍ରମଣ

ବିହାର ; ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । କିଛି ଅଜଣା ବ୍ୟକ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ପଥର ଫିଙ୍ଗିବା ସହ ଚପଲରେ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ବିଜେପି ଆରଜେଡିକୁ ଦାୟୀ କରିଛି ।

ମତଦାନ ଚାଲୁଥିବା ସମୟରେ ବିହାରର ଲଖିସରାଇ ଜିଲ୍ଲାରେ ପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନାଙ୍କ କାରକେଡ଼ ଉପରେ ଆକ୍ରମଣ ହୋଇଥିଲା । ଶ୍ରୀ ସିହ୍ନା ଲଖିସରାଇ ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି  । ସେ କହିଛନ୍ତି ଯେ ଲଖିସରାଇର ଖୋରିଆରି ବୁଥ୍‌କୁ ତାଙ୍କର ଗସ୍ତ ଥିଲା । ଏହାକୁ ଭଣ୍ଡଉର କରିବାକୁ ଆରଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିଲେ । ସେ କହିଛନ୍ତି “ଏମାନେ ଆରଜେଡିର ଗୁଣ୍ଡା । ସେମାନେ ଜାଣନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଫେରୁଛି , ତେଣୁ ସେମାନେ ଗୁଣ୍ଡାଗିରି କରିଛନ୍ତି । ଆକ୍ରମଣକାରୀ ମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଫେରାଇ ଦେଲେ ଏବଂ ତାଙ୍କୁ ଭୋଟ ଦେବାକୁ ଦେଲେ ନାହିଁ। ଖୋରିଆରିର ୪୦୪ ଏବଂ ୪୦୫ ବୁଥରେ ସେମାନେ ଏପରି ଆଚରଣ କରିଛନ୍ତି ” । ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନା ଜିଲ୍ଲା ପୋଲିସକୁ ଦାୟୀକରି “କାପୁରୁଷ ଏବଂ ଦୁର୍ବଳ” ବୋଲି କହି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ମଧ୍ୟ ଦାବି କରିଥିଲେ । ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories