ବିହାର ବୋର୍ଡ ପରୀକ୍ଷାରେ କଳ୍ପନା କୁମାରୀ ଟପ୍ପର୍‍

0

ପାଟନା : ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍‍-୨୦୧୮)ର ଟପ୍ପର୍‍ କଳ୍ପନା କୁମାରୀ ବିହାରର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର୍‍ ହୋଇଛନ୍ତି। ବୁଧବାର ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳ୍ପନା ୪୩୪ ଅଙ୍କ ରଖି ଶୀର୍ଷସ୍ଥାନ ଲାଭ କରିଛନ୍ତି। ଚଳିତବର୍ଷ ନିଟ୍‍ ପରୀକ୍ଷାରେ ସେ ୯୯.୯୯% ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। କଳ୍ପନା ପଦାର୍ଥ ବିଜ୍ଞାନରେ ୧୮୦ରୁ ୧୭୧, ରସାୟନ ବିଜ୍ଞାନରେ ୧୬୦, ଜୀବବିଜ୍ଞାନ (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ)ରେ ୩୬୦ରୁ ୩୬୦ ନମ୍ବର ରଖିଛନ୍ତି। କଳ୍ପନାଙ୍କ ପିତା ସୀତାମାଠୀସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ପ୍ରାଧ୍ୟାପକ ଥିବା ବେଳେ ମା’ ଶେଓହରା ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ।

Leave A Reply