ଜୀ-ସାର୍ଥକରେ ବିବାହ ମହୋତ୍ସବ
ଭୁବନେଶ୍ବର: ଜୀ-ସାର୍ଥକରେ ଆସିଛି ବିବାହ ଋତୁ । ତିନୋଟି ମେଗା ଧାରାବାହିକରେ ହେବ ମହାମିଳନ । ଦର୍ଶକଙ୍କ ମନକୁ ଛୁଇଁବ ଏହି ସବୁ ମେଗା ଧାରାବାହିକ କାହାଣୀର ଟ୍ୱିଷ୍ଟ । ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ର ସମାହରରେ ହେବ ବିବାହ ମହୋତ୍ସବ । ଖାଲି ଏତିକିରେ ସରୁନାହିଁ ଜୀ-ସାର୍ଥକର ବିବାହ ଋତୁ, ଏହା ବ୍ୟତୀତ ଦିଦି ନଂ -୧ ଏବଂ ଡାନ୍ସ ଓଡ଼ିଶା ଡାନ୍ସରେ ମଧ୍ୟ ଦେଖିବାକୁ ପାଇବେ ବିବାହ ମହୋତ୍ସବକୁ ନେଇ ନିଆରା ଏପିସୋଡ।
ସମୟର ଚକ ବୁଲୁଛି । ପରିସ୍ଥିତିର ଦାସ ଏ ମଣିଷ କେମିତି ପରିସ୍ଥିତିର ସାମ୍ନା କରୁଛି । ହାତ ଧରି ସାଥି କରିଥିବା ମଣିଷ ମଧ୍ୟ ଅନ୍ୟ ଜଣଙ୍କୁ ସାଥି ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଉଛି । ଆଉ ସେ ସମୟରେ କଣ ଘଟୁଛି ? କେମିତି ଆଗକୁ ଅତିବାହିତ ହେଉଛି ସମ୍ପର୍କର ନାଆ… । ଏଭଳି ତିନୋଟି ମେଗା ଧାରାବାହିକର ମହାମିଳନକୁ ନେଇ ଆସୁଛି ବିବାହ ମହୋତ୍ସବ ।
କାହାଣୀ ‘ସୁନା ଝିଅ’ ରେ ଆସିଛି ଅଦ୍ଭୁତ ପରିବର୍ତ୍ତନ । ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ । ଏବେ କାହାଣୀରେ ବିଷ୍ଣୁ ନେତ୍ରା ବଦଳରେ ପ୍ରିୟାକୁ ସିନ୍ଦୁର ପିନ୍ଧେଇ ଦେଉଛି । ହେଲେ ପ୍ରିୟା କଣ ବିଷ୍ଣୁକୁ ସ୍ଵାମୀ ଭାବରେ ଗ୍ରହଣ କରିବ ? କଣ ହେଉଛି ଆଗକୁ, ଏମିତି ସବୁ ପ୍ରଶ୍ନର ଉତ୍ତର ଦେବାକୁ ଜୀ-ସାର୍ଥକରେ ଖୁବ ଶୀଘ୍ର ଦେଖିବାକୁ ପାଇବେ ବାହାଘର ମହୋତ୍ସବ ର ନିଆରା ଅଧ୍ୟାୟ। ଯାହାକୁ ଦେଖିବାକୁ ପାଇବେ ସନ୍ଧ୍ୟା ୭.୩୦ରେ ।
‘ତୁ ଖରା ମୁଁ ଛାଇ‘ ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ । ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁ ଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର କ୍ଷ କିନ୍ତୁ ଏବେ ଏହି କାହାଣୀରେ ଘଟୁଛି କିଛି ଟ୍ୱିଷ୍ଟ । ଏଜେକୁ ବାହା ହେବା ପାଇଁ ଈଶିତା ପୁରା ପ୍ରସ୍ତୁତ ହେଲେ ଠିକ୍ ସମୟରେ ମିଲନ କିଡନ୍ୟାପ କରୁଛି ସିଦ୍ଧିକୁ ଆଉ ତା ଭଉଣୀ ମାନିନୀକୁ ବାଧ୍ୟ କରୁଛି ଏଜେକୁ ବାହା ହେବା ପାଇଁ, ନହେଲେ ସେ ସିଦ୍ଧି କୁ ମାରିଦେବା ପାଇଁ ଧମକ ଦେଉଛି । ଏବେ ମାନିନୀ କ’ଣ କରିବ ? ତେବେ ଅପ୍ରତ୍ୟାଶିତ ଭାବରେ ଦୁଇ ଜଣ ବାହା ହେଉଛନ୍ତି କିନ୍ତୁ ପରେ ଦୁଇଜଣ ଏକାଠି କେମିତି ରହିପାରିବେ କାରଣ ମାନିନୀ ସବୁବେଳେ କିଛି ନା କିଛି ବିଗାଡି ଦିଏ ଓ ଏଜେକୁ ସବୁକିଛି ପର୍ଫେକ୍ଟ ଦରକାର ! ରାତି ୮.୩୦ ରେ ଦେଖିବେ କାହାଣୀର ମୋଡ଼ କେମିତି ବଦଳୁଛି ।
‘ଖୁସିର ଛୁଙ୍କ’ ଏକ ଗତିଶୀଳ କାହାଣୀ । ଆଉ ଏହାରି ଭିତରେ କରନ୍ ଖୁସି ପ୍ରତି ଥିବା ନିଜ ଭଲ ପାଇବାର କଠିନ ପରୀକ୍ଷା ଦିଏ। ତାପରେ ସୂର୍ୟ୍ୟକାନ୍ତ ଘୋଷଣା କରନ୍ତି କରନ୍ ଏବଂ ଖୁସିର ବିବାହ। କିନ୍ତୁ ବିବାହ ଦିନ ସୁଷମାର ଷଡ଼ଯନ୍ତ୍ର ଅନୁଯାୟୀ ଅନ୍ୟ ଜଣେ ଝିଅ ଆସି ନିଜକୁ କରନ୍ ର ସ୍ତ୍ରୀ ବୋଲି ଦାବି କରେ, ଆକ୍ସିଡେଣ୍ଟ ପରେ କରନ୍ ସ୍ମରଣ ଶକ୍ତି ହରେଇଥିବା ଯୋଗୁଁ ନିଜ ସ୍ତ୍ରୀ କୁ ଭୁଲି ଯାଇଛନ୍ତି ବୋଲି କୁହେ। ଏସବୁ ଘଟଣା ପରେ ସୁଷମାଙ୍କ ପରାମର୍ଶ ମୁତାବକ ସୂର୍ୟ୍ୟକାନ୍ତ ନିଷ୍ପତ୍ତି ନିଅନ୍ତି ଖୁସିର ବିବାହ ରଜତ ସହ କରିବାକୁ । ଏମିତି କିଛି ଘଟଣାକୁ ନେଇ କାହାଣୀ ଏବେ ଗତିଶୀଳ। କଣ ଅଲଗା ହୋଇଯିବେ ଖୁସି କରନ ? ଏବେ ଖୁସି କଣ ରାଜି ହେବ ରଜତକୁ ବାହା ହେବା ପାଇଁ? ଦେଖନ୍ତୁ ରାତି ୯ ଟାରେ ‘ଖୁସିର ଛୁଙ୍କ’ ।
ସମ୍ପୂର୍ଣ୍ଣ ଓଡ଼ିଆ ଘର ବାହାଘର ପରି କାହାଣୀରେ ରହିଛି ସଙ୍ଗୀତ, ହଳଦୀ ଓ ଆହୁରି ଅନେକ ସମାରୋହ ଓ ପର୍ବ । ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ । ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ସବୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚିଫ୍ ଚ୍ୟାନେଲର ଅଫିସର ପ୍ରତୀକ ସିଲ୍ ।
Comments are closed.