www.samajalive.in
Tuesday, December 9, 2025
17.1 C
Bhubaneswar

ଆସୁଛି ‘କାଚା ବାଦାମ’ ଷ୍ଟାର୍ ଭୁବନ ବଦ୍ୟାକରଙ୍କ ନୂଆ ଗୀତ

ମୁମ୍ବାଇ: ସାମାଜିକ ଗଣମାଧ୍ୟମ ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଇଛି। ସେମାନଙ୍କ ମଧ୍ୟରୁ ଭୁବନ ବଦ୍ୟାକର ଜଣେ। ଭୁବନଙ୍କ ଗୀତ ‘କାଚା ବାଦାମ’ ଘରେ ଘରେ ପରିଚିତ। ଏହି ଗୀତରେ ବିଭିନ୍ନ ପ୍ରକାର ରିଲ୍ସ ତିଆରି ହୋଇଛି। କୌତୁଳହର ବିଷୟ ହେଉଛି, ଭୁବନ ଏହି ଗୀତ ବାଦାମ ବିକିବା ବେଳେ ଗାଉଥିଲେ, ଯାହା ସୋସିଆଲ ମିଡିଆ ମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଥିଲା। ଏବେ ଭୁବନ ତାଙ୍କ ନୂଆ ଗୀତ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଭୁବନ ବଦ୍ୟାକର ଏକ ସାକ୍ଷାତକାରରେ କହିଛନ୍ତି, ଏବେ ସେ ଆଉ ବାଦାମ ବିକିବେନି। ଏଥିରୁ ଅନୁମାନ କରାଯାଉଛି ଯେ, ସେ ଏକ ଗୀତ ନେଇ ଆସୁଛନ୍ତି।

କ’ଣ ରହିବ ଗୀତର ନାଁ ?

- Advertisement -

ନିକଟରେ ଭୁବନ ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ନୂଆ ଗୀତର ନାଁ କହିଛନ୍ତି। ଭୁବନ କହିଛନ୍ତି ଯେ, ସେ ଆଉ ଏକ ଆଲ୍‌ବମ୍‌ ନେଇ ଆସୁଛନ୍ତି, ଯାହା ଖୁବ୍‌ ଚିତ୍ତାକର୍ଷକ। ଏହି ଆଲ୍‌ବମ୍‌ର ନାଁ ‘ମେଁ ମୁଙ୍ଗଫଲୀ ନେହିଁ ବେଚୁଙ୍ଗା’। ଏହି ଗୀତ ମାଧ୍ୟମରେ ସେ ତାଙ୍କ ଜୀବନର ସଂଘର୍ଷ କାହାଣୀ ଲୋକଙ୍କ ସାମ୍ନାକୁ ଆଣିବେ। ନିଜ ଆଗାମୀ ଗୀତ ବିଷୟରେ କହିବାକୁ ଯାଇ ସେ ନିଜ ଜୀବନର ସେହି ସମୟ ବିଷୟରେ ମଧ୍ୟ କହିଛନ୍ତି, ଯେତେବେଳେ ସେ ଜଣେ ଷ୍ଟାର ନୁହେଁ ବରଂ ଜଣେ ସାଧାରଣ ମଣିଷ ଥିଲେ। ଭୁବନ କହିଛନ୍ତି, ‘ମୋ ପାଖରେ ସମୟ ନାହିଁ, ତେଣୁ ମୁଁ ବାଦାମ ବିକିବାକୁ ଚାହୁଁନାହିଁ’।

ଗୀତ ପ୍ରସ୍ତୁତ :

ଏହି ସାକ୍ଷାତକାରରେ ଭୁବନ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ଗୀତ ପ୍ରସ୍ତୁତ କରି ସାରିଛନ୍ତି। ଭୁବନ କହିଛନ୍ତି, କିଛି ଦିନ ହେବ ସେ ବେଙ୍ଗଲ ଗସ୍ତରେ ଆସିଛନ୍ତି ଏବଂ ଏକ ଥିଏଟର ଗ୍ରୁପ୍ ସହିତ ଜଡିତ ଅଛନ୍ତି। ଯେତେବେଳେ ସେ ଦୁର୍ଗାପୂଜାରେ ସାମିଲ ହୋଇଥିଲେ ସେତେବେଳେ ସେ ତାଙ୍କ ଗୀତ କାମ ଶେଷ କରିଥିଲେ ଏବଂ ଖୁବ୍ ଶୀଘ୍ର ସେ ଏହି ଗୀତକୁ ରିଲିଜ୍ କରିବାକୁ ଯାଉଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories