ଆଠଗଡରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟିତ
ଆଠଗଡ : ଭୂମିକା ଗୃପ ଅଫ ହସପିଟାଲ୍ସ ପକ୍ଷରୁ ଆଠଗଡଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟିତ ହୋଇଯାଇଛି । ବୀରକିଶୋରପୁର ଗୋଲେଇଛକ ନିକଟରେ ପ୍ରତିଷ୍ଠିତ ଏହି ଚିକିତ୍ସାଳୟକୁ ଶାନ୍ତିଲତା ପାତ୍ର ନାମକ ଜଣେ ଗୃହିଣୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଭୂମିକା ଚିକିତ୍ସାଳୟ ଗୃପର ପରିଚାଳନା ନିର୍ଦେଶକ ସମର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବରେ ଭୂମିକା ଗୃପର ଅଧ୍ୟକ୍ଷ ଭୀଷ୍ମ ରଥ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୋଲକ ବିହାରୀ ପାତ୍ର, ହରିପ୍ରସାଦ ସାମନ୍ତ, ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତ, ଗୃପର ଉପାଧ୍ୟକ୍ଷ ଡାକ୍ତର ବିଶ୍ୱଜିତ୍ ମହାନ୍ତି ଓ ଆଠଗଡର ଭୂମିକା ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ପରିଚାଳକ ଡାକ୍ତର ଦେବେନ୍ଦ୍ରନାଥ ପରିଡା ଯୋଗଦେଇ ଆଠଗଡ ଅଞ୍ଚଳର ଲୋକଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଏହି ଚିକିତ୍ସାଳୟ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିଲେ। ଏହି ଚିକିତ୍ସାଳୟରେ ମୁଖ୍ୟ ପରିଚାଳକ ଡାକ୍ତର ଦେବେନ୍ଦ୍ରନାଥ ପରିଡା ଓ ସହଯୋଗୀମାନେ ନିୟମିତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଥିବାବେଳେ ବିଭିନ୍ନ ସମୟରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଧନେଶ୍ୱର ପ୍ରଧାନ, ଡାକ୍ତର ପ୍ରସନ୍ନ କୁମାର ମହାନ୍ତି, ଡାକ୍ତର ଶ୍ୱେତ କୁମାର ମହାପାତ୍ର, ଡାକ୍ତର ସୁଚିତ୍ରା ସିଂହ, ଡାକ୍ତର ପ୍ରଦୀପ ମିଶ୍ର ଏବଂ ରେଟିନା ଶଲ୍ୟ ବିଶେଷଜ୍ଞ ଡାକ୍ତର ଭୂମିକା ରଥ ଆସି ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। ଏଠାରେ ସମସ୍ତ ପ୍ରକାରର ଚକ୍ଷୁ ଚିକିତ୍ସା, ପରୀକ୍ଷା ଓ ଅସ୍ତ୍ରୋପଚାର କରାଯିବ ଏବଂ ଏଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ରଥ କହିଛନ୍ତି।
Comments are closed.