www.samajalive.in
Sunday, December 7, 2025
26.1 C
Bhubaneswar

ଗବେଷଣା ଓ ବିଚାରକୁ ପୁର୍ନଜୀବିତ କରିବ ଏଲକେଏମ ପାଠାଗାର – ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ଭୁବନେଶ୍ୱର ସତ୍ୟନଗର ଠାରେ ଓଡ଼ିଶାର ସୁପ୍ରିସଦ୍ଧ ନୃତତ୍ତ୍ୱବିତ୍ ସ୍ୱର୍ଗତ ପ୍ରଫେସର ଲକ୍ଷ୍ମଣ ମହାପାତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏଲ.କେ.ଏମ ସେଣ୍ଟର ଏବଂ ଲାଇବ୍ରେରୀ ପ୍ରଫେସର ମହାପାତ୍ରଙ୍କ ବ୍ୟକ୍ତିତ୍ୱ, ଉଚ୍ଚ ଶିକ୍ଷା, ଗବେଷଣା ଏବଂ ବିଚାରକୁ ପୁର୍ନଜୀବିତ କରିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପ୍ରଫେସର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଜଣେ ସୁପ୍ରସିଦ୍ଧ ଓ ଲବ୍ଧ ପ୍ରତିଷ୍ଠିତ ନୃତତ୍ତ୍ୱବିତ ହେଉଛନ୍ତି ପ୍ରଫେସର ଲକ୍ଷ୍ମଣ ମହାପାତ୍ର। ତାଙ୍କ କାର୍ୟ୍ୟକାଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗରେ ସର୍ବାଙ୍ଗୀନ ଉନ୍ନତି ହୋଇପାରିଥିଲା। ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏମକେଏମ ପାଠାଗାର ଲୋକାର୍ପଣ କରିବା ମୋ ପାଇଁ ସୌଭାଗ୍ୟର ଦିନ। ଓଡ଼ିଶାରେ ସମାଜ ବିଜ୍ଞାନର ଛାତ୍ରଛାତ୍ରୀ ଓ ନୃତତ୍ତ୍ୱ ବିଜ୍ଞାନ ବିଭାଗର ଗବେଷକମାନେ ଏହି ପାଠାଗାରର ସୁବିଧା ନେଇପାରିବେ।

ପ୍ରଫେସର ମହାପାତ୍ରଙ୍କ ଭଳି ଜଣେ ସୁନାମ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଏଲ.କେ.ଏମ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଥିବାରୁ ଟ୍ରଷ୍ଟ ଏବଂ ସ୍ୱର୍ଗତ ମହାପାତ୍ରଙ୍କ ପରିବାର ବର୍ଗକୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ବିଷୟର ଅନ୍ତିମ ଭାଗକୁ ଯିବା ହି ଆନ୍ଥ୍ରୋପୋଲୋଜିର ବିଚାର। ଏହି ଦୃଷ୍ଟିରୁ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ମହାପାତ୍ରଙ୍କ କୃତିତ୍ୱ ଥିଲା ଅସାଧାରଣ। ପ୍ରଫେସର ମହାପାତ୍ର ଜଣେ ବୈଶ୍ୱିକ ବ୍ୟକ୍ତିତ୍ୱ ଥିଲେ। ଜାତୀୟ ଶିକ୍ଷା ନୀତିରେ ଇଣ୍ଟର ଡ଼ିସିପ୍ଲିନାରୀ ୟୁନିଭରସିଟିର ଯେଉଁ କଳ୍ପନା ରହିଛି, ତାହାକୁ ସ୍ୱର୍ଗତ ମହାପାତ୍ର ୪୦ ବର୍ଷ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ସମୟରେ କ୍ରିୟାନ୍ୱୟନ କରିଥିଲେ। ଓଡ଼ିଆ, ଭୂଗୋଳ, ଇତିହାସ, ନୃତତ୍ତ୍ୱ ବିଜ୍ଞାନ ବିଭାଗକୁ ଏକାଠୀ କରି ଗବେଷଣା ନିମନ୍ତେ ସାଉଥ୍ ଇଷ୍ଟ ଏସିଆନ ଷ୍ଟଡ଼ିଜ୍ ଆରମ୍ଭ କରିଥିଲେ।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି, ତାଙ୍କର ବ୍ୟକ୍ତିତ୍ୱ, ଗବେଷଣା ଏବଂ ବିଚାରକୁ ଏକବିଂଶ ଶତାବ୍ଦୀରେ ପୁଣି ଥରେ ପୁର୍ନଜୀବିତ କରିବାର ସମୟ ଆସିଛି। ଏହି ଏଲ.କେ.ଏମ ସେଣ୍ଟରକୁ ଇଣ୍ଡିଆନ କାଉଲସିଲ ଅଫ୍ ସୋସିଆଲ ସାଇନ୍ସ ରିସର୍ଚ୍ଚ ସହ ଯୋଡ଼ିବା ପାଇଁ ଯୋଜନା କରାଯିବ। ସର୍ବଭାରତୀୟ ଢ଼ାଞ୍ଚାରେ ଏହାକୁ ଉପରକୁ ନେବାକୁ ହେବ। ଆଗାମୀ ଦିନରେ ଏଲ.କେ.ଏମ ଲାଇବ୍ରେରୀ ଭାରତବର୍ଷର ଅଗ୍ରଣୀ ସମାଜ ବିଜ୍ଞାନ ଭିତ୍ତିକ ଲାଇବ୍ରେରୀ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆମ ଓଡ଼ିଶାରେ ଗୋଟିଏ ପରମ୍ପରା ଅଛି। ତାହା ହେଉଛି ନିଜ ପାଇଁ ନୁହେଁ ବରଂ ଜାତି ପାଇଁ କିଛି କରିବା ଦରକାର। ଉତ୍କଳମଣ ପଣ୍ଡିତ ଗୋପବନ୍ଧୁ ଦାସ ବନ୍ୟା ସମୟରେ ଅସହାୟଙ୍କୁ ରିଲିଫ ଦେବା ପାଇଁ ଆଗେଇ ଆସିଥିଲେ। କଟକର ବାଇମୁଣ୍ଡି ମଧ୍ୟ ଏଭଳି ଜଣେ ବ୍ୟକ୍ତିବିଶେଷ ଥିଲେ। ଓଡ଼ିଶାରେ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା ରାଜ୍ୟ ଓ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲେ। ଏହା ହିଁ ଓଡ଼ିଆ ସମାଜର ମୂଳ ଚରିତ୍ର। ସେହିପରି ସଂଗଠନମାନେ ହେଉଛନ୍ତି ଲିଭିଂ ଏନଟିଟି। ବିଭିନ୍ନ ସମସ୍ୟାକୁ ସାମାନା କରି ବିଚାରକୁ ଏକବିଂଶ ଶତାବ୍ଦୀରେ ନୂଆପିଢ଼ିଙ୍କ ପାଖରେ ପହଞ୍ଚାଇବାର ସଂଗଠନର ଅନନ୍ୟ ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଫେସର ଏଲ.କେ ମହାପାତ୍ରଙ୍କ ସୁପୁତ୍ର ସୁଜିତ୍ ମହାପାତ୍ର ଓ ସୁକନ୍ୟା ଶୀଲା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ଲାଇବ୍ରେରୀ ପରିଦର୍ଶନ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବକୁଳ ବନ ବିଦ୍ୟାଳୟରୁ ପ୍ରେରିତ ବକୁଳ ଫାଉଣ୍ଡେସନ ପାଠାଗାର ସମାଜକୁ ଜାଗ୍ରତ କରିବାର ଅନନ୍ୟ ପରମ୍ପରାକୁ ଆଧୁନିକ ସମୟରେ ଆଗକୁ ନେଉଥିବା ଜାଣିବା ନେଇ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଥିଲେ। ଲୋକାର୍ପଣ କାର୍ୟ୍ୟକ୍ରମରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କେ. ବାସା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପରୀକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)ର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର ଏ.ବି ଓତା, ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର କେ.ସି ତ୍ରିପାଠୀ, ପ୍ରଫେସର ଏଲ.କେ ମହାପାତ୍ରଙ୍କ ପରିବାର ସଦସ୍ୟ ଓ ଆତ୍ମୀୟସଜନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories