ଭୁବନେଶ୍ବର ଲୋକସଭା ପ୍ରାର୍ଥୀଙ୍କ ନାଁରେ ଦୁଇ ଜାମିନବିହୀନ ମାମଲା

ସମାଜ: ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ (ବିବରଣୀ) ସାର୍ବଜନୀନ କରାଯାଉଛି। ୧୫ ଲୋକସଭା ଏବଂ ୭୨ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାରୁ ଏବେ ସେମାନଙ୍କ ଅପରାଧ ରେକର୍ଡ ସମ୍ପର୍କରେ ତଥ୍ୟ ଦେଉଛି ଦଳ। ଏଥିସହ କାହିଁକି ଅପରାଧ ପୃଷ୍ଠଭୂମି ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଗଲାନି; ତା’ର କାରଣ ଦର୍ଶାଇଛି ବିଜେଡି।

କାମକୁ ନୁହନ୍ତି ସେଲିବ୍ରିଟି ସାଂସଦ

ଦଳ ପକ୍ଷରୁ ସାର୍ବଜନୀନ କରାଯାଇଥିବା ତଥ୍ୟ ଅନୁସାରେ, ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ନାଁରେ ଭୁବନେଶ୍ବର ଜେଏମ୍‌ଏଫସିଙ୍କ ଅଦାଲତରେ ଦୁଇଟି ଜାମିନ ବିହୀନ ମାମଲା ରହିଛି। ଗୋଟିଏ ମାମଲା ୨୦୧୯ର ହୋଇଥିବା ବେଳେ ଅନ୍ୟଟି ୨୦୨୧ ମସିହାର। ଏହି ଦୁଇଟିରେ ଅଦାଲତରେ ବିଚାରାଧୀନ ରହିଛି। ସେହିପରି ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ନାମରେ ବିଭିନ୍ନ ଅଦାଲତରେ ୧୫ଟି ମାମଲା ରହିଛି। ସେଥିମଧ୍ୟରୁ ୩ଟି ହେଉଛି ଜାମିନ ବିହୀନ ମାମଲା।

ଅରୁଣାଚଳ ପ୍ରଦେଶର ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍

ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ନାମରେ ବିଭିନ୍ନ ଅଦାଲତରେ ୧୧ଟି ମାମଲା ରହିଥିବାବେଳେ ୯ଟି ଜାମିନ ବିହୀନ। ଏହିପରି ଭାବେ ବହୁ ପ୍ରାର୍ଥୀଙ୍କ ଅପରାଧ ବିବରଣୀ ଦଳ ପକ୍ଷରୁ ସାର୍ବଜନୀନ କରାଯାଇଛି।

Comments are closed.