www.samajalive.in
Tuesday, December 9, 2025
19.1 C
Bhubaneswar

ମାଟି ଖୋଳୁଖୋଳୁ ୧.୫କୋଟିର ହୀରା

ଭୋପାଳ: ଭୋପାଳର ଜଣେ ଶ୍ରମିକ ମାଟି ଖୋଳୁଖୋଳୁ ୧.୫କୋଟି ଟଙ୍କାର ହୀରା ଖନନ କରିଛନ୍ତି। ମୋତିଲାଲ ପ୍ରଜାପତି(୩୦) ନାମକ ଏହି ବ୍ୟକ୍ତି ଜଣକ ପାନ୍ନା ଅଞ୍ଚଳର ପରିତ୍ୟକ୍ତ ଏକ ହୀରା ଖଣିର ମାଟି ତଳୁ ଏହି ମୂଲ୍ୟବାନ ହୀରା ପାଇଛନ୍ତି। ହୀରାର ଆକାରକୁ ତର୍ଜମା କଲେ ପାନ୍ନା ହୀରା ଖଣିରୁ ଅଦ୍ୟାବଧି ଯେତେ ହୀରା ଖନନ ହୋଇଛି ସେ ତୁଳନାରେ ମୋତିଲାଲଙ୍କ ହୀରା ବେଶ୍‍ ବିଶାଳ। ମୋତିଲାଲଙ୍କ ହୀରା ୪୨.୯କ୍ୟାରେଟ୍‍ ହୋଇଥିବାବେଳେ ପାନ୍ନା ହୀରା ଖଣିରୁ ଏହା ଦ୍ୱିତୀୟ ବୃହତ ହୀରା ବୋଲି ଜଣା ପଡ଼ିଛି। ୧୯୬୧ରେ ପାନ୍ନା ହୀରା ଖଣିରୁ ୪୪.୫୫କ୍ୟାରେଟ ହୀରା ଖନନ ହୋଇଥିଲା। ମୋତିଲାଲ ଏହି ବିଶାଳ ହୀରା ଖନନ କରି ବେଶ୍‍ ଆନନ୍ଦିତ। ଆଗାମୀ ଦିନରେ ଏଥି ନିମନ୍ତେ ତାଙ୍କୁ ଯେଉଁ ଟଙ୍କା ମିଳିବ ସେଥିରେ ତାଙ୍କ ଦାରିଦ୍ର୍ୟ ଦୂର ହେବ ଆଶା ବାନ୍ଧିଛନ୍ତି ମୋତିଲାଲ। ହୀରାକୁ ନିଲାମ କଲେ ଏହାର ବଜାର ମୂଲ୍ୟ ୧.୫କୋଟିରୁ ଊଦ୍ଧ୍ୱର୍ ହେବ ବୋଲି ପାନ୍ନାର ହୀରା ଅଧିକାରୀ ସନ୍ତୋଷ ସିଂହ ସୂଚନା ଦେଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories