www.samajalive.in
Sunday, December 7, 2025
23.1 C
Bhubaneswar

ରାମମୟ ହେଲା ପ୍ରୟାଗରାଜ; ଭୂମି ପୂଜା ସମ୍ପନ୍ନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସାରା ପ୍ରୟାଗରାଜ ରାମମୟ ହୋଇପଡ଼ିଥିଲା। ଚାରିଆଡ଼ ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହୋଇପଡ଼ିଥିଲା। ସହରର ଅନ୍ୟାନ୍ୟ ମନ୍ଦିରଗୁଡ଼ିକୁ ଫୁଲ ଏବଂ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ଭୂମି ପୂଜା ଉତ୍ସବରେ ବହୁ ଅତିଥି ସାମିଲ ହୋଇଥିଲେ। ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।

- Advertisement -
Image Courtesy: Amar ujala

ଭୂମି ପୂଜନ ପରେ ପୂଜାରି କହିଛନ୍ତି, ଏଠାରେ ୯ଟି ଇଟା ରଖାଯାଇଛି। ୧୯୮୯ରେ ବିଶ୍ଵବ୍ୟାପୀ ଭଗବାନ ରାମଙ୍କ ଭକ୍ତମାନେ ଏହି ଇଟାକୁ ପଠାଇଥିଲେ। ଏହିପରି ୨ ଲକ୍ଷ ୭୫ ହଜାର ଇଟା ରହିଛି। ସେଥିରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖାଯାଇଛି। ଭୂମି ପୂଜନରେ ସ୍ଥାପନ ହୋଇଥିବା ୯ଟି ଇଟା ମଧ୍ୟରୁ ମଝିରେ ରହିଥିବା ଇଟାର ନାମ ହେଉଛି କୂର୍ମ ଶିଳା। ଏହି ଶିଳାର ଠିକ୍‌ ଉପରେ ରାମ ଲାଲା ବରାଜିତ ହେବେ।

ସନ୍ଧ୍ୟାରେ ଘରେ ଘରେ ଜଳିବ ଦୀପ

୪୯୨ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ହୋଇଛି। ଏହାକୁ ନେଇ ଆରଏସଏସ, ବିଶ୍ବ ହିନ୍ଦୁ ପରିଷଦ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରର ସମସ୍ତ ମନ୍ଦିରକୁ ସଜାଯାଇଛି। ସନ୍ଧ୍ୟାରେ ଘରେ ଘରେ ଦୀପ ଜାଳିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories