www.samajalive.in
Saturday, December 6, 2025
15.1 C
Bhubaneswar

ପବିତ୍ର ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ, ୧୯ ଘଣ୍ଟା ଖୋଲା ରହିବ ମନ୍ଦିର

ଅଯୋଧ୍ୟା : ଆଜି ପବିତ୍ର ରାମ ନବମୀ। ଦେଶବ୍ୟାପୀ ଏହି ପର୍ବକୁ ବେଶ୍ ଧୁମଧାମ ସହକାରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିର ୧୯ ଘଣ୍ଟା ଖୋଲା ରହିବ ବୋଲି ପରିଚାଳନା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ରାତି ୩ଟା ୩୦ରୁ ବୁଧବାର ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ନିମନ୍ତେ ମନ୍ଦିର ଖୋଲା ରହିବ। ରାମ ନବମୀ ଉପଲକ୍ଷେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।  ଭକ୍ତମାନେ ଯେପରି ସୁରୁଖୁରୁରେ ରାମଲାଲାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଲାଇନ୍‌ ବ୍ୟବସ୍ଥା କରାଯାଇଛି। ଦର୍ଶନ ସମୟରେ ସାଙ୍ଗରେ ମୋବାଇଲ କିମ୍ବା ଅନ୍ୟ ସରଞ୍ଜାମ ନ ଆଣିବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ଭକ୍ତଙ୍କ ସୁବିଧା ନିମନ୍ତେ ‘ସୁଗ୍ରୀବ କିଲ୍ଲା’ ନିକଟରେ ସର୍ଭିସ ସେଣ୍ଟର ଖୋଲା ଯାଇଛି। ରାମ ମନ୍ଦିରରେ ରାମ ନବମୀ ପୂଜାର ସିଧା ପ୍ରସାରଣ ଦୂରଦର୍ଶନ ଜରିଆରେ କରାଯିବ ବୋଲି କୁହାଯାଇଛି। ଏହାବ୍ୟତୀତ ଜନସାଧାରଣଙ୍କ ନିମନ୍ତେ ଅଯୋଧ୍ୟା ମ୍ୟୁନିସିପାଲିଟି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୧୦୦ ଏଲଇଡି ପରଦା ଖଞ୍ଜାଯାଇଛି। ଯେଉଁମାନେ ମନ୍ଦିର ଯାଇନପାରିବେ, ସେମାନେ ଏହି ପରଦା ସାହାଯ୍ୟରେ ପୂଜା ବିଧି ଉପଭୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ସେପଟେ ରାମଲାଲାଙ୍କ ମନ୍ଦିରରେ ଏଥର ରାମନବମୀ ଖାସ୍ ହେବାକୁ ଯାଉଛି।  ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ସୂର୍ଯ୍ୟତିଳକ ହେବ । ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ସୂର୍ଯ୍ୟକିରଣ ପଡିବ। ସାରା ଦେଶ ଏହି ଅଭୁତ ଦୃଶ୍ୟକୁ ଦେଖିବାକୁ ଚାହିଁ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories