www.samajalive.in
Friday, December 5, 2025
26.1 C
Bhubaneswar

ଅଯୋଧ୍ୟା ରାମ ମନ୍ଦିର ପରିସରରେ ସେନାଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାମ ଜନ୍ମଭୂମି ପରିସରରେ ପିଏସିର ଜଣେ ସେନାଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଥିଲା। ଛାତିରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ରାମ ପ୍ରସାଦଙ୍କୁ ଲକ୍ଷ୍ମୌର ଟ୍ରମା ସେଣ୍ଟରକୁ ପଠାଯାଇଛି। ସୂଚନା ପାଇବା ମାତ୍ରେ    ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୀଡିତଙ୍କୁ ଅନ୍ୟ କେହି ଗୁଳି ଚଳାଇଛନ୍ତି ନା ତାଙ୍କ ବନ୍ଧୁକରୁ ଗୁଳି ଚଳାଇଛି , ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି।  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୫୩ ବର୍ଷୀୟ ରାମ ପ୍ରସାଦ ଆମେଥିର ବାସିନ୍ଦା ହୋଇଥିବାବେଳେ ତାଙ୍କ ପରିବାର ଲକ୍ଷ୍ନୌରେ ରୁହନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି।  ପୁଲିସ ଏହି ଅଞ୍ଚଳରେ ନିୟୋଜିତ ଅନ୍ୟ ପୋଲିସ କର୍ମଚାରୀଙ୍କୁ  ପଚରାଉଚରା କରୁଛି।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories