www.samajalive.in
Friday, December 5, 2025
20.1 C
Bhubaneswar

ଟ୍ରେନକୁ ଅଟକାଅ ନଚେତ ବିସ୍ଫୋରଣ ହେବ: ଲୋକେ ଆତଙ୍କିତ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର କାମାୟନି ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ବିଷୟରେ ସୂଚନା ପାଇବା ପରେ ଅନେକ ଯାତ୍ରୀ ଓ ରେଳ ବିଭାଗରେ ଆତଙ୍କ ଖେଳିଯାଇଥିଲା । ଟ୍ରେନରେ ବୋମା ବିସ୍ଫୋରଣ ହେବ ଖବର ପାଇବା ପରେ ଟ୍ରେନଟି ତୁରନ୍ତ ଉତ୍ତରପ୍ରଦେଶର ଜଙ୍ଘାଇ ଷ୍ଟେସନରେ ଅଟକା ଯାଇଥିଲା । ଘଟଣା ସ୍ଥଳରେ ତଦନ୍ତ ପାଇଁ ପ୍ରୟାଗରାଜରୁ ବମ୍‍ ସ୍କ୍ୱାର୍ଡ ପହଂଚିଥିଲା । ଏହାସହିତ ସ୍ପେଶାଲ ଡଗ୍‍ ସ୍କ୍ୱାର୍ଡକୁ ନେଇ ପୁଲିସ ମଧ୍ୟ ଟ୍ରେନରେ ଛାନଭିନ ଆରମ୍ଭ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଏହି ଘଟଣା ଘଟିଥିଲା । ୟୁପିର ବାରାଣସୀରୁ ମହାରାଷ୍ଟ୍ରର ମୁମ୍ବଇ ଅଭିମୁଖେ ଟ୍ରେନଟି ଯାଉଥିବା ବେଳେ କଣ୍ଟ୍ରୋଲ ରୁମରେ ଏକ ଅଜଣା ଫୋନ୍‍ କଲ ଆସିବାରେ ଟ୍ରେନଟି ଜଙ୍ଘାଇ ଷ୍ଟେସନରେ ଅଟକିଥିଲା । କଲ କରିଥିବା ଅଜଣା ବ୍ୟକ୍ତି କହିଥିଲେ ଯେ ‘କାମାୟନି ଏକ୍ସପ୍ରେସରେ ଏକ ବୋମା ରଖାଯାଇଛି । ଟ୍ରେନକୁ ଅଟକାଅ ନଚେତ ବିସ୍ଫୋରଣ ହେବ’ । ଏହାରେ ଟ୍ରେନରେ ବମ୍‍ ସ୍କ୍ୱାର୍ଡ ଓ ପୁଲିସ ପକ୍ଷରୁ ତନତନ କରି ଯାଞ୍ଚ କରାଯାଇଥିଲା । ହେଲେ ୨ଘଣ୍ଟା ଧରି ଯାଞ୍ଚ କରିବା ପରେ କିଛି ବି ପାଇନଥିଲେ ବମ୍‍ ସ୍କ୍ୱାର୍ଡ । ୨ଘଣ୍ଟା ପରେ ଏହା ଗୁଜବ ଜଣାପଡିବା ପରେ ଟ୍ରେନ ଚଳାଚଳ ହୋଇଥିଲା ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories