ଭୀମ-କୋରେଗାଓଁ ହିଂସା ମାମଲାରେ ୫ ଗିରଫ

0

ନୂଆଦିଲ୍ଲୀ : ଭୀମ-କୋରେଗାଓଁ ହିଂସା ମାମଲାରେ ପୁନେ ପୁଲିସ ବୁଧବାର ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମାନବିକ ଅଧିକାର କର୍ମୀ ରୋନା ଜାକୋବ ୱିଲସନ୍‍, ଓକିଲ ତଥା ସିପିଆଇ (ମାଓବାଦୀ)ର କଥିତ ସଦସ୍ୟ ସୁରେନ୍ଦ୍ର ଗାଡଲିଂ, ସାମାଜିକ କର୍ମୀ ସୁଧିର ଧାୱାଲେ ଓ ମହେଶ ରାଉତ୍‍ ଏବଂ ପ୍ରାଧ୍ୟପାକ ଶୋମା ସେନ୍‍। ଏମାନେ ସହରାଞ୍ଚଳରେ ସକ୍ରିୟ ଥିବା ମାଓବାଦୀ ସଂଗଠନର କର୍ମକର୍ତ୍ତା ବୋଲି ପୁଲିସ କହିଛି। ୱିଲସନ୍‍ଙ୍କ ସନ୍ଧାନରେ ପୁଣେ ପୁଲିସ ଦିଲ୍ଲୀରେ ପହଞ୍ଚିଥିଲା। ଏଠାକାର ମୁନିର୍କା ଅଞ୍ଚଳରେ ୱିଲସନ୍‍ଙ୍କ ଘର ଠାବ କରିବା ପରେ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ସେଲ୍‍ର ସହାୟତାରେ ମିଳିତ ଚଢାଉ କରାଯାଇଥିଲା। ପୁଣେ ପୁଲିସ ୱିଲସନ୍‍ଙ୍କୁ ଗିରଫ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପରେ ୱିଲସନ୍‍ଙ୍କୁ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‍ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି। ଜୁନ୍‍ ୮ରେ ତାଙ୍କୁ ପୁଣେସ୍ଥିତ ଏକ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି। ୨୦୧୮ ଜାନୁଆରୀରେ ଭୀମ-କୋରେଗାଓଁ ଯୁଦ୍ଧର ୨୦୦ ବର୍ଷପୂର୍ତ୍ତି ଅବସରରେ ସୃଷ୍ଟ ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Leave A Reply