ଭୀମ୍‌ ଆର୍ମିର ମୁଖ୍ୟ ଆଜାଦଙ୍କ ଦଳର ନେତାଙ୍କୁ ଗୁଳି କରି ହତ୍ୟା କଲେ ତାଙ୍କର ଦାଦା- ଏହି କାରଣରୁ ହତ୍ୟା କରିଥିବା ସୂଚନା

ଲକ୍ଷ୍ମୌ- ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ରାଜନୈତିକ ଦଳ ଆଜାଦ ସମାଜ ପାର୍ଟିର ମୁଖ୍ୟଙ୍କୁ ଦାଦା ଗୁଳି କରି ହତ୍ୟା କରିଛନ୍ତି । ସମ୍ପତ୍ତି ବିବାଦରୁ ସେ ତାଙ୍କୁ ଗୁଳି କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । କନୌଜର ତଳଗ୍ରାମରେ ଥିବା ସମ୍ପତ୍ତି ପାଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାରରେ ଏହି ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଆଜାଦ ସମାଜ ପାର୍ଟିର କନୌଜ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟେନ୍ଦ୍ର ସିଂ କାଥେରିଆଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସହ ତାଙ୍କ ଭାଇ ସଚୀନ୍‌ ଏବଂ ଅଙ୍କିତଙ୍କୁ ମଧ୍ୟ ଗୁଳି ମାଡ କାରଣରୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତର ସତ୍ୟେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟେନ୍ଦ୍ରଙ୍କ ଦାଦା ସୁରଜ ପାଲ କାଥେରିଆଙ୍କ ସହ ସମ୍ପତ୍ତି ବିବାଦ ଥିଲା । ସୁରଜ ପାଲ ତାଙ୍କ ସହଯୋଗୀମାନଙ୍କ ସହ ସତ୍ୟେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ । ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ତାଙ୍କ ଦାଦା ସମସ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହା ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେହି ସ୍ଥାନରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛନ୍ତି।

Comments are closed.