‘ଆମ ହସ୍ପିଟାଲ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣା: ଆଜି କଳାହାଣ୍ଡିର ୪ଟି ଆମ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏସବୁ ଡାକ୍ତରଖାନା ଏବଂ ନୂତନ ବ୍ୟବସ୍ଥା ଦ୍ଵାରା ରାଜ୍ୟ କଳାହାଣ୍ଡି ବାସି ଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ମୋ ପାଇଁ ସମସ୍ତ ଙ୍କ ଜୀବନ ମୂଲ୍ୟବାନ ଏବଂ ସମସ୍ତେ ସୁସ୍ଥ ରହିବା ଆମର ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

prayash

ଏହି ଅବସରରେ ସ୍ଥାନୀୟ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଖେଳ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସୁଜିତ୍ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏଡିଏମ୍ ତ୍ରିଲୋଚନ ପାତ୍ର, ଡିସିଓ ମଧୁଛନ୍ଦା ସାହୁ ଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ, ମହିଳା ଯୋଗ ଦେଇଥିଲେ। ଏଠାରେ ଆୟୋଜିତ ସମାବେଶରେ ଯୋଗଦେଇ ୪ ଟି ଯାକ ଆମ ହସ୍ପିଟାଲ ଲୋକଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବ ବୋଲି ସାଂସଦ ସୁଜିତ୍ କୁମାର କହିଥିଲେ। ରାଜ୍ୟ ବଜେଟ ର ୮ ପ୍ରତିଶତ ସ୍ବାସ୍ଥ୍ୟ ସେବା ପାଇଁ ବ୍ୟୟ ହେଉଥିବାରୁ ଏହା କେନ୍ଦ୍ର ବଜେଟ  ଠାରୁ ମଧ୍ୟ ଅଧିକ ବୋଲି ସାଂସଦ କହିଥିଲେ। କଳାହାଣ୍ଡିରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସହ ଡାଏଲେଶିସ ସେଣ୍ଟର୍, କେମୋଥେରାପି ସେଣ୍ଟର୍ ପ୍ରତିଷ୍ଠା କରାଯାଇଥିବାରୁ ଏହା ଜିଲ୍ଲାବାସୀ ଙ୍କ ସ୍ବାସ୍ଥ୍ୟ ପ୍ରତି ମୁଖ୍ୟମନ୍ତ୍ରୀ ଙ୍କ ଅନ୍ୟତମ ଶ୍ରେଷ୍ଠ ଉପହାର ବୋଲି ସାଂସଦ ସୁଜିତ୍ କୁମାର କହିଥିଲେ। ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଜିଲ୍ଲାର ବହୁଲୋକ ଉପକୃତ ହେଉଥିବା ରୁ ସେ ଜିଲ୍ଲାବାସୀ ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।
ଆଜି ଲୋକାର୍ପିତ ହେଇଥିବା ଶହୀଦ ରେଣ୍ଡୋ ମାଝି ଭେଷଜ କଲେଜ୍ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଏବଂ ସମ୍ପର୍କିୟ ମାନଂକ ପାଇଁ ଅନେକ ବ୍ୟବସ୍ଥା ର ଉନ୍ନତିକରଣ କାର୍ଯ୍ୟ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।  ସମ୍ମୁଖ ଫାଟକ ନବୀକରଣ, ଏମ୍ସିଏଚ ଗୃହ, ରୋଗୀ ପଞ୍ଜିକରଣ କାଉଣ୍ଟର, ଔଷଧ ବିତରଣ କେନ୍ଦ୍ର, ଶୌଚାଳୟ
ମିଶନ ଶକ୍ତି କେଫେ, ଗାଡି ପାର୍କିଂ ସ୍ଥାନ , ଡାକ୍ତରଖାନା ମଧ୍ୟରେ ରାସ୍ତା ନବୀକରଣ ଆଦି କାର୍ଯ୍ୟ କରାଯାଇଛି। ଆଲୋକ ମାଲା ରେ ଡାକ୍ତରଖାନାକୁ ସଜାଇ ଦିଆଯାଇଛି।

ସେହିଭଳି ଜୁନାଗଡ଼ ଡାକ୍ତରଖାନାରେ ମଧ୍ୟ ୩୦ ଶଯ୍ୟା ବିଶିଷ୍ଟ ଇଣ୍ଡୋର ଗୃହ ସହିତ ପାର୍କିଂ ବ୍ୟବସ୍ତା, ମିଶନ ଶକ୍ତି କେଫେ ଆଦି ନିର୍ମାଣ ହେଇଛି। ଧର୍ମଗଡ ରେ ପୁରୁଷ, ମହିଳା, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଙ୍କ ପାଇଁ ପଞ୍ଜୀକରଣ ଗୃହ ସାଙ୍ଗକୁ ପ୍ରତିକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ତିନି ମହଲା ବିଶିଷ୍ଟ ୩୦ ଶଯ୍ୟା ସୁବିଧା ଥିବା ଏକ ନୂଆ  ଏମସିଏଚ ଗୃହ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହେଇଛି। ସେହିଭଳି ବିଶ୍ଵନାଥପୁର ଡାକ୍ତରଖାନା ରେ ମଧ୍ୟ ଡାକ୍ତରଖାନା ଗୃହ ର ନବୀକରଣ ସମେତ ଅନ୍ୟାନ୍ୟ ସମସ୍ତ ସୁବିଧା କୁ ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପିତ କରିଥିଲେ।

Comments are closed.