www.samajalive.in
Sunday, December 7, 2025
13.1 C
Bhubaneswar

ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ; ଶଗଡ଼ାରେ ମାଓ ପୋଷ୍ଟର ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଓ ରାସ୍ତା ଅବରୋଧ କରି ନିଜର ଉପସ୍ଥିତି ଜାହିର କରିଛି ଲାଲ ବାହିନୀ। ସୋମବାର ରାତିରେ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରୁ ମାତ୍ର ୧୦ କିଲୋମିଟର ଦୂର ଭବାନୀପାଟଣା-ଥୁଆମୂଲରାମପୁର ମୁଖ୍ୟ ରାସ୍ତାର ଶଗଡା ପଞ୍ଚାୟତ ଅଫିସ ସହିତ ଶଗଡାର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜର ଉପସ୍ଥିତ ଜାହିର କରିଛନ୍ତି। ଫଳରେ ଭବାନୀପାଟଣା-ଥୁଆମୂଳରାମପୁର ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିଥିଲା। ଖବର ପାଇ ନିଜେ ଏସପି ଅଭିଳାଷ ଜୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ ଡିଭିଏଫ୍ ଯବାନ, ବମ୍ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡିକୁ ଜବତ କରିବା ସହିତ ଅନ୍ୟାନ୍ୟ ସ୍ଥାନକୁ ଯାଞ୍ଚ କରିବା ପରେ ଭବାନୀପାଟଣା-ଥୁଆମୂଳରାମପୁର ରାସ୍ତାର ଯାତାୟାତ ସ୍ୱାଭାବିକ ହୋଇଛି।

ସେଠାରେ ଲଗାଯାଇଥିବା ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେଉଥିବା ଶହୀଦ ଦିବସକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ମାଓବାଦୀମାନେ ସୋମବାର ରାତିରେ ଭବାନୀପାଟଣା-ଥୁଆମୂଲରାମପୁର ମୁଖ୍ୟ ରାସ୍ତାର ଶଗଡା ପଞ୍ଚାୟତ କାର୍ଯ୍ୟାଳୟ ସମେତ ରାସ୍ତା, ଦୋକାନ ଓ ବିଭିନ୍ନ ଘରର କାନ୍ଥ ଓ ଗଛରେ ପୋଷ୍ଟର ମାରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଡାଲଗୁମା ଯାଇଥିବା ରାସ୍ତାର ଛକରେ ଥିବା ଏକ ବରଗଛ ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜି ଥିବା ଗ୍ରାମବାସୀମାନେ ସନ୍ଦେହ କରିଥିଲେ। ସେଠାରେ ବିଜିଏନ୍ ଡିଭିଜନ କମିଟି, ସିପିଆଇ (ମାଓବାଦୀ) ଦ୍ୱାରା ଲଗାଯାଇଥିବା ପୋଷ୍ଟର ଓ ବ୍ୟାନର ଲଗାଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories