ମୋ ମା’ ମତେ ଜନ୍ମ ଦେବାକୁ ଚାହୁଁ ନ ଥିଲେ : ଭାରତୀ ସିଂ
ମୁମ୍ବଇ : କମେଡିଆନ ଭାରତୀ ସିଂ ନିଜ ଜୀବନର ଏକ ବଡ ସତ୍ୟ ଲୋକଲୋଚନକୁ ଆଣିଛନ୍ତି। ଭାରତୀ ସିଂ ରାଜୀବ ଖଣ୍ଡୱାଲାଙ୍କ ସୋ ଜଜ୍ବାଜରେ ଏହି ସତ୍ୟକୁ ପ୍ରକାଶ କରିଛନ୍ତି। ‘ମୋ ମା ମତେ ଜନ୍ମ ଦେବାକୁ ଚାହୁଁନଥିଲେ’, ବୋଲି ସେ ସୂଚନା ଦେଇଛନ୍ତି। ‘ସେ ସମୟରେ ଆମର ଆର୍ଥିକସ୍ଥିତି ଭଲନଥିଲା, ତେଣୁ ମୋ ମା’ ଗର୍ଭପାତ କରିବେ ବୋଲି ମନସ୍ଥ କରିଥିଲେ। କିନ୍ତୁ ସେହି ସମୟରେ ସେ ଏହା କରି ନ ଥିଲେ, ଯାହାପାଇଁ ମୋ ମା ଆଜି ଗର୍ବିତ’, ବୋଲି ଭାରତୀ କହିଛନ୍ତି।
ଏହି ସୋ ରେ ଭାରତୀ ଯିବାପରେ ସୋ ର ଉପସ୍ଥାପକ ରାଜୀବ ଖଣ୍ଡୱାଲା ବେହୋସ ହୋଇଯାଇଥିଲେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କିନ୍ତୁ ରାଜୀବ ଖଣ୍ଡୱାଲା ଭାରତୀଙ୍କୁ ଖୁସି କରିବାପାଇଁ ଏପରି କରିଛନ୍ତି ବୋଲି ପରେ ସୂଚନା ଦେଇଥିଲେ।