ଆଜି ଭାରତ ବନ୍ଦ

0

ନୂଆଦିଲ୍ଲୀ : ଜୁନ୍‍ ୧ରୁ ଦେଶବ୍ୟାପୀ କୃଷକମାନେ ଚଳାଇଥିବା ୧୦ ଦିନିଆ ଆନ୍ଦୋଳନ ରବିବାର ଶେଷ ହେଉଛି। ଆନ୍ଦୋଳନର ଶେଷ ଦିନରେ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଋଣ ଛାଡ, ଜମିକୁ ମାଗଣା ବିଜୁଳ ଯୋଗାଣ ଓ ସ୍ୱାମୀନାଥନ କମିଟି ସୁପାରିସ କାର୍ଯ୍ୟକାରୀ କରିବା ଦାବିରେ କୃଷକମାନେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନର ଶେଷ ଦିନରେ ଅର୍ଥାତ ରବିବାର ଭାରତ ବନ୍ଦ କରାଯିବ ବୋଲି ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ନେତା ଶିବ କୁମାର ଶର୍ମା କହିଛନ୍ତି। ଭାରତ ବନ୍ଦ ସମୟରେ ୬ଲକ୍ଷ ଗ୍ରାମରେ ବାସ କରୁଥିବା କୃଷକ ସହରକୁ କୌଣସି ଦ୍ରବ୍ୟ ନ ପଠାଇବା ଲାଗି ନିବେଦନ କରାଯାଇଛି। ସେହିପରି ବ୍ୟବସାୟୀମାନେ ସେମାନଙ୍କ ଦୋକାନ ବଜାରକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିବେଦନ କରାଯାଇଛି ବୋଲି ଶର୍ମା କହିଛନ୍ତି।

Leave A Reply