କଲ୍ୟାଣସିଂହପୁର : ସଂଯୁକ୍ତ କିଷାନ ମୋର୍ଚ୍ଛା ତରଫରୁ ଭାରତ ବନ୍ଦ ଡାକରା ସହ ଓଡିଶା ବନ୍ଦ ପାଇଁ ଡାକରା ଦେଇଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିହପୁର ବ୍ଲକରେ ତାର ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବୀ ସହ ଚାଷୀ ଓ ଶ୍ରମିକ ବିରୋଧକୁ ନେଇ ବନ୍ଦ ପାଳନ କରାଯାଇଛି ।
ଏ ଅବସରରେ ଯାତ୍ରୀବାହୀ ଘରୋଇ ବସ, ସରକାରୀ ବେସରକାରୀ କାର୍ୟ୍ୟାଳୟ ,ବ୍ୟାଙ୍କ ସମସ୍ତ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲା ରହି ଥିବାଦେଖିବାକୁ ମିଳିଛି ।ଆଜି ସୋମବାର ହୋଇଥିବାରୁ ନିୟମଗିରି ଡଙ୍ଗରିଆ କନ୍ଧ ମାନେ ଆସିବ୍ୟାଙ୍କ ବନ୍ଦ ହୋଇଥିବା ଦେଖି ନିରାଶ ହୋଇ ଝିପି ଝିପି ବର୍ଷାରେ ଚାଲିଯାଇଥିବା ଦେଖିବାକୁ ମିଳିଛି ।ଏହା ସକାଳ ୬ଘଣ୍ଟା ରୁ ସନ୍ଧ୍ୟା ୬ଘଣ୍ଟା ପର୍ୟ୍ୟନ୍ତ ବନ୍ଦ କରାଯିବ ବୋଲି ଜଣାପଡିଛି ।
କଲ୍ୟାଣସିଂହପୁରରେ ୧୨ଘଣ୍ଟିଆ ବନ୍ଦରେ ଆଂଶିକ ପ୍ରଭାବ
Popular Categories



