ଭକ୍ତ ଦାସିଆଙ୍କ ପୀଠରେ ‘ଶ୍ରୀଜୟଦେବ ଗୀତଗୋବିନ୍ଦ’ ଶୀର୍ଷକ ଆଲୋଚନାଚକ୍ର
ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ପକ୍ଷରୁ ତୁଳସୀ ଚାରାରୋପଣ
ପିପିଲି : ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଶିବାନନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ‘ଶ୍ରୀଜୟଦେବ ଗୀତଗୋବିନ୍ଦ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଶରତ ଚନ୍ଦ୍ର ରଥ, କୈଳାଶ ଚନ୍ଦ୍ର ପରିଡା, ଆରତୀ କର ପ୍ରମୁଖ ଯୋଗଦେଇ ଶ୍ରୀଜୟଦେବ ଓ ଗୀତଗୋବିନ୍ଦ ଉପରେ ଆଲୋକପାତ କରିଥିଲେ। ଭକ୍ତ ଓ ଭଗବାନ ପରସ୍ପର ପରିପୂରକ। ଭକ୍ତାଧୀନ ଭଗବାନ ଅଟନ୍ତି। ବ୍ୟକ୍ତି ସମର୍ପିତ ହେଲେ ଭଗବାନଙ୍କ ସତ୍ତା ଉପଲବ୍ଧି କରିପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ପକ୍ଷରୁ ତୁଳସୀ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଅନୁଷ୍ଠାନର ସାଧାରଣ ସଂପାଦକ ଇଂ. ଗଣେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ। ଏହି ଅବସରରେ ବାବା ରାମଶରଣ ଦାସ ହନୁମାନ ଚାଳିସା ପାଠ କରିଥିବା ବେଳେ ଅମିତାଭ ପ୍ରଭା ସ୍ୱାଇଁ ଓ ମଧୁସ୍ମିତା ଦାସ ଭଜନ ଗାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୂପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କୈଳାଶ ଚନ୍ଦ୍ର ରଥ, ବାବାଜୀ ଚରଣ ବିଶ୍ୱାଳ, ବିରଜା ପ୍ରସାଦ ଶତପଥୀ, ଇଂ. ଦୀପ୍ତିରଞ୍ଜନ ପଣ୍ଡା, ଜ୍ଞାନରଞ୍ଜନ ଦାସ, ପ୍ରହ୍ଲାଦ ସାହୁ, ରାମନାରାୟଣ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.