www.samajalive.in
Saturday, December 6, 2025
16.1 C
Bhubaneswar

ପରଦାକୁ ଆସିଲା ଭୈୟାଜୀ ସୁପରହିଟ୍‍

ମୁମ୍ବଇ : ଶୁକ୍ରବାର ପରଦାକୁ ଆସିଛି ସନୀ ଦେୱଲ ଓ ପ୍ରୀତି ଜିଣ୍ଟା ଅଭିନୀତ ଚଳଚ୍ଚିତ୍ର ‘ଭୈୟାଜୀ ସୁପରହିଟ୍‍’।
ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ପ୍ରଥମ ଦିନରେ ଦର୍ଶକ ମାନେ ଏହାକୁ ବିଶେଷ ପସନ୍ଦ କରିନଥିବା ଜଣାପଡ଼ିଛି। ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଏଥିରେ ସନୀ ଦେୱଲ କମେଡି କରୁଥିବାର ନଜର ଆସିଛନ୍ତି। ଚଳଚ୍ଚିତ୍ରରେ ସନୀଙ୍କ ବପକ୍ଷରେ ପ୍ରୀତି ଜିଣ୍ଟା ଓ ଅମିଷା ପଟେଲ ଦୁଇ ନାୟିକା ସାଜିଥିବା ଦେଖାଯାଇଛି। ଉଭୟ ନାୟିକା ବହୁଦିନର ବ୍ୟବଧାନ ପରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହିତ ଚଳଚ୍ଚିତ୍ରରେ ଅରଶଦ ୱାରସୀ, ଶ୍ରେୟସ ତଲପଡ଼େ, ସଞ୍ଜୟ ମିଶ୍ରା, ଜୟଦୀପ ଅହଲାୱତ୍‍ ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀରଜ ପାଠକ୍‍। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୩୦କୋଟି ରହିଛି।
ଚଳଚ୍ଚିତ୍ରର କାହାଣୀ ବିଷୟରେ କହିଲେ ଏଥିରେ ସନୀ ଦେୱଲଙ୍କୁ ୟୁପିର ଡନ୍‍ ଭୂମିକାରେ ଦେଖିବାକୁ ମିଳିଛି। ଯାହାଙ୍କ ନାମ ଭୈୟାଜୀ ରହିଛି। ପ୍ରୀତି ଜିଣ୍ଟା ତାଙ୍କ ପତ୍ନୀ ସପ୍ନା ଦୁବେ ଭୂମିକାରେ ଅଭିନୟ କରିଛନ୍ତି। ଭୈୟାଜୀ ଓ ପତ୍ନୀ ସପ୍ନାଙ୍କ ମଧ୍ୟରେ ଗଭୀର ଭଲ ପାଇବା ଥିବା ସତ୍ତ୍ବେ କୌଣସି କାରଣ ବସତଃ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ଯାହା ଫଳରେ ସପ୍ନା ଘର ଛାଡ଼ି ଚାଲି ଯାଉଛନ୍ତି। ହେଲେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଉଥିବା ଭୈୟାଜୀ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବହୁ ଉଦ୍ୟମ କରୁଛନ୍ତି। ତେବେ ଦେଖିବା ବାକି ରହିଲା ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ତା’ର କମାଲ ଦେଖାଇ ପାରୁଛି କି ନାହିଁ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories