www.samajalive.in
Saturday, December 6, 2025
15.1 C
Bhubaneswar

ବିଜୁ ଯୁବ ବାହିନୀ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ପଲିଥିନ୍ ମୁକ୍ତ ନିମନ୍ତେ ସଚେତନତା

କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ଅନସରା ଗ୍ରାମସ୍ଥିତ ଉତ୍ତରେଶ୍ଵର ମହାଦେବ ମନ୍ଦିର ପରିସରରେ ସିମିଳି ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ପଲିଥିନ୍ ବ୍ୟବହାର ନିଷେଧ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିମିଳି ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି କୃଷ୍ଣ ମୋହନ ବାରିକଙ୍କ ନେତୃତ୍ୱରେ ବିଜୁ ଯୁବ ବାହିନୀର ସଂପାଦକ ସସ୍ମିତା ଲେଙ୍କା, କୋଷାଧ୍ୟକ୍ଷ ଅନିଲ କୁମାର ପରିଡା, ଲିଟୁନା ସେଠ, ଦେବାଶିଷ ସେଠ, ସୁନିଲ କୁମାର ବାରିକ, ଶର୍ମିଷ୍ଠା ସେଠ, ପ୍ରିୟଙ୍କା ବରାଳ ଓ କୈବଲ୍ୟ ଚରଣ ଲେଙ୍କା ସମେତ ୧୦୦ରୁ ଉର୍ଦ୍ଧ୍ଵ ବିଜୁ ଯୁବ ବାହିନୀର ସଭ୍ୟ ସଭ୍ୟାମାନେ ଯୋଗ ଦେଇ ଅନସରାସ୍ଥିତ ଉତ୍ତରେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣକୁ ସଫେଇ କରିଥିଲେ। ଏହାସହ ଗ୍ରାମମାନଙ୍କରେ ସ୍ଵଚ୍ଛତା ଓ ବ୍ୟକ୍ତିଗତ ପରିଛନ୍ନତା ସମ୍ଵନ୍ଧରେ ଵୁଝାଇଥିଲେ। ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ବାହିନୀର ସଭ୍ୟ ସଭ୍ୟାମାନେ ଅନସରା  ଶିରିପୁର ସମେତ ଅନ୍ୟ ଗ୍ରାମମାନଙ୍କରେ ପଲିଥିନ୍ ବ୍ୟବହାର ନ କରିବା ସହ ବର୍ଜନ କରି ଖଲିପତ୍ର ଠୁଙ୍ଗା ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ସିମିଳି ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପଟ୍ଟ ଆଗାମୀ ଦିନରେ ସିମିଳି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଵିଭିନ୍ନ ଜନ କଲ୍ୟାଣ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଜୁ ଯୁବ ବାହିନୀ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ସଭାପତି କୃଷ୍ଣ ମୋହନ ବାରିକ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିମିଳି ପଞ୍ଚାୟତ ଯୁବନେତା ବିଜୟକୁମାର ସେଠ ଓ ବରିଷ୍ଠ ନେତା କିଶୋର ଚନ୍ଦ୍ର ସେଠ୍ ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନଙ୍କୁ ସହଯୋଗିତା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories