www.samajalive.in
Monday, December 15, 2025
24.1 C
Bhubaneswar

ବନ୍ଦ ଘର ଭିତରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ହତ୍ୟା ସନ୍ଦେହ

ଭଦ୍ରକ: ବନ୍ଦ ଘର ଭିତରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ଥାନା ଅପର୍ତ୍ତିବିନ୍ଧା ନିଉ କଲୋନୀର ବନ୍ଦ ଘରୁ ଜଣେ ମହିଳାଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ସ୍ବାମୀ ହାଇଦ୍ରାବାଦରେ ରହୁଥିଲେ ଏବଂ ସେ ଘରେ ଏକା ରହୁଥିଲେ। କିଛି ଦିନ ହେଲା ସ୍ତ୍ରୀ ଫୋନ ରିସିଭ ନ କରିବାରୁ ସ୍ବାମୀଙ୍କ ସନ୍ଦେହ ହୋଇଥିଲା। ପାଖଆଖ ଲୋକଙ୍କୁ କ’ଣ ପାଇଁ ତାଙ୍କ ସ୍ତ୍ରୀ ଫୋନ ରିସିଭ କରୁନାହାନ୍ତି ଜାଣିବା ପାଇଁ ଯୋଗାଯୋଗ କରିଥିଲେ।

ପାଖ ଲୋକେ ତାଙ୍କ ଘରୁ ଦୁର୍ଗନ୍ଧ ବାହାରୁ ଥିବା କହିବାରୁ ସେ ତୁରନ୍ତ ଆସିଲେ। ତାଲା ଭାଙ୍ଗି କ୍ଷତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ବାହାର କରିବା ପରେ ଭଦ୍ରକ ଟାଉନ ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଛାନଭିନ ଆରମ୍ଭ କରିଛି। କେହି ଦୁର୍ବୁତ୍ତ ଯୋଜନାବଦ୍ଧ ଭାବେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ୧୪ ଦିନ ଧରି ମହିଳାଙ୍କ ମୃତଦେହ ଘରେ ପଡ଼ି ରହିଥିବା ସୂଚନା ମିଳୁଛି। ତେବେ ପୁରା ଘଟଣା କ’ଣ ପୁଲିସ ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories