nua o banner

ନିଆରା ପ୍ରଧାନଶିକ୍ଷକ – ପେଶା ଶିକ୍ଷକତା ; ନିଶା ବିଦ୍ୟାଳୟକୁ ସୁନ୍ଦର ଭାବେ ଗଢିବା

BJD Bijuli 480×75 Mob

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଭୂଇଁପୁର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଜେନା ଏବେ ଉକ୍ତ ଅଞ୍ଚଳର ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି। ଶ୍ରୀ ଜେନା ବିଦ୍ୟାଳୟକୁ ସୁନ୍ଦର ଭାବେ ଗଢି ତୋଳିବା ସହ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ପାଇଁ ନିଜକୁ ଯେପରି ସମର୍ପିତ ଦେଇଥିବା ଅଭିଭାବକମାନଙ୍କ ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦୀର୍ଘ ୧୦ବର୍ଷ ତଳେ ବିଦ୍ୟାଳୟ ପରିସର ଚରାଭୁଇଁ ହୋଇ ପଡି ରହିଥିବା ବେଳେ ମୁଖ୍ୟ ଫାଟକ ଓ ପ୍ରାଚେରୀ ନଥିବାରୁ ବିଦ୍ୟାଳୟ ଶ୍ରୀହିନ ଭାବେ ରହିଥିଲା।

ଶ୍ରୀ ଜେନା ୨୦୧୦ମସିହାରେ ବିଦ୍ୟାଳୟରେ ନିଯୁକ୍ତି ପାଇବା ପରେ ବିଦ୍ୟାଳୟକୁ ଏକ ସୁନ୍ଦର ଭାବେ ଗଢି ତୋଳିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଯେପରି ପାଠପଢାରେ ପଛ ଘୁଞ୍ଚା ନ ଦେବେ ଓ ଦୈନଦିନ ଯେପରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ସେଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଉଦୀପନା ସୃଷ୍ଟି କରିଥିଲେ ଶ୍ରୀ ଜେନା। ସେହିପରି ବିଦ୍ୟାଳୟରେ ପାଳିତ ହେଉଥିବା ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ, ଗୁରୁଦିବସ, ଶିଶୁଦିବସ ବାର୍ଷିକ କ୍ରୀଡା ଆଦିରେ ଯେପରି ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେବା ସହିତ ତାଙ୍କର କଳା ଯେପରି ଜନମାସରେ ଉଦଭାଷିତ ହେବ ସେଥିପାଇଁ ପ୍ରଧାନଶିକକ୍ଷ ନିଜେ ଛାତ୍ରଛାତ୍ରୀମାନଙ୍କ ସହ ମିଶି ବିଭିନ୍ନ ଢଙ୍ଗରେ ତାଙ୍କର କୈାଶଳ ଦେଖାଇଥାନ୍ତି। ଏପରିକି ଆମ ରାଜ୍ୟର କଳା ସଂସ୍କୃତି ଯେପରି ଅକ୍ଷୁଣ୍ଣ ରହିବ ସେଥିପାଇଁ ସେଥିପାଇଁ ବିଭିନ୍ନ ଛୁଟି ସମୟରେ ଗୀତ, ନାଚ ଆଦିର ପ୍ରତିଯୋଗିତା କରିଥାନ୍ତି ପ୍ରଧାନଶିକ୍ଷକ। ଶ୍ରୀ ଜେନା ନିଯୁକ୍ତି ହେବାର ୯ବର୍ଷ ମଧ୍ୟରେ ବିଦ୍ୟାଳୟର ଭିତ୍ତିଭୂମୀକୁ ସୁଦୃଢ କରିବା ସହିତ ବିଦ୍ୟାଳୟ ଚତୁଃପାର୍ଶ୍ବରେ ପ୍ରାଚେରୀ ଓ ମୁଖ୍ୟ ଫାଟକକୁ ସୁନ୍ଦର ଭାବେ ଗଢି ତୋଳିଛନ୍ତି। ସେହିପରି ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ବିଦ୍ୟାଳୟର ଶାନ୍ତ ପରିବେଷ ଅଭିବାବକମାନଙ୍କୁ ବିମୋହିତ କରିଛି। ତାହାସହ ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ବିଭିନ୍ନ ପଳ ଗଛ ବିଦ୍ୟାଳୟର ସୈାନ୍ଦର୍ୟ୍ୟକୁ ଦୁଇଗୁଣିତ କରିଛି। ଏପରି ନିଆରା ପ୍ରଧାନଶିକ୍ଷକଙ୍କୁ ନେଇ ବେଶ ଖୁସି ଅଛନ୍ତି ଭୂଇଁପୁରବାସୀ। ଏପରିକି ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶୈଳିରେ ଶିକ୍ଷାଦାନ କରିବା ବେସ ଆଦୃତ ହୋଇଛନ୍ତି ଜନମାନସରେ। ଅନ୍ୟପଟେ ଗ୍ରାମବାସୀଙ୍କ ସହେଯାଗ ଯୋଗୁଁ ଆଜି ଉକ୍ତ ବିଦ୍ୟାଳୟ ସମସ୍ତ ବିଦ୍ୟାଳୟ ଠାରୁ ଏକକ ବିଦ୍ୟାଳୟ ଭାବେ ପରିଚିତ ହୋଇ ପାରିଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Comments are closed.