www.samajalive.in
Monday, December 15, 2025
24.1 C
Bhubaneswar

ଭାରତୀୟ ବଂଶୋଦ୍ଭବ ଭବ୍ୟା ନାସାର କାର୍ଯ୍ୟକାରୀ ମୁଖ୍ୟ

ୱାଶିଂଟନ୍ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ୍‌ଙ୍କୁ ନିଯୁକ୍ତ କରାଯାଇଛି। ସୋମବାର ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଷ୍ଠୀରେ କାର୍ଯ୍ୟ କରିଆସିଥିବା ଭବ୍ୟା ବାଇଡେନ୍‌ଙ୍କ ଦ୍ୱାରା ଗଠିତ ନାସାର ସମୀକ୍ଷା ଦଳର ସଦସ୍ୟ ଅଛନ୍ତି। ସେ ବାଇଡେନ୍‌ ପ୍ରଶାସନ ଅନ୍ତର୍ଗତ ଏଜେନ୍ସିରେ ପରିବର୍ତ୍ତନ ସମ୍ୱନ୍ଧୀୟ କାର୍ଯ୍ୟର ଦେଖାଶୁଣା କରୁଛନ୍ତି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋକୋଜି (ଏମ୍‌ଆଇଟି)ରୁ ନ୍ୟୁକ୍ଲିୟର ଇଂଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସି ଓ ସାଧାରଣ ପ୍ରଶାସନ ବିଷୟରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଭବ୍ୟା ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିରକ୍ଷା ବିଶ୍ଳେଷଣ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଥିଲେ। ଇଞ୍ଜିନିୟରିଂ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ନାସାର ପ୍ରଖ୍ୟାତ ପ୍ରୋଗ୍ରାମ ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଂଜିନିୟରିଂ ପରାମର୍ଶଦାତା କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବାଇଡେନ୍‌ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବୃଦ୍ଧିପାଇଚାଲିଛି। ଭବ୍ୟାଙ୍କ ପୂର୍ବରୁ ପ୍ରାୟ ୧୭ଜଣ ଭାରତୀୟ ବଂଶୋଦ୍ଭବ ହ୍ବାଇଟ୍‌ ହାଉସ୍‌​‌େ​‌ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ପାଇଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories