ବିରୋଧୀ ହିଂସାତ୍ମକ ଓ ହୀନ ରାଜନୀତି କରିବା ସହ କଳାହାଣ୍ଡିର ଛବିକୁ ମଳିନ କରିବାରେ ଲାଗିଛନ୍ତି- ବିଜେଡି

ବିଜେଡ଼ିରେ ମିଶିଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ନର୍ଲା ଓ ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷ

ଭବାନୀପାଟଣା: ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ମମିତା ହତ୍ୟା ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି। ସେମାନେ ଏହି ଘଟଣାରେ ହିଂସାତ୍ମକ ଓ ହୀନ ରାଜନୀତି କରିବା ସହ କଳାହାଣ୍ଡିର ଛବିକୁ ମଳିନ କରିବାରେ ଲାଗିଛନ୍ତି। କଳାହାଣ୍ଡିବାସୀ ବିଜେଡି ସାଥିରେ ଅଛନ୍ତି ଓ ରହିଥିବେ। ଯେଉଁମାନେ ବିଜେଡି ଆଡକୁ ଆଙ୍ଗୁଳି ଦେଖାଉଛନ୍ତି ସେମାନଙ୍କ କାର୍ଯ୍ୟଦକ୍ଷତା ଓ କଳାହାଣ୍ଡି ପାଇଁ ଆଜି ପର୍ଯ୍ୟନ୍ତ କ’ଣ କରିଛନ୍ତି ତାହା ଜିଲାବାସୀ ଭଲଭାବରେ ଜାଣିଛନ୍ତି ବୋଲି ଭବାନୀପାଟଣାରେ ଆୟୋଜିତ ମିଶ୍ରଣ ପର୍ବ ଅବସରରେ ବିଜେଡ଼ି ନେତା ପ୍ରକାଶ କରିଛନ୍ତି।
ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗଦେଇଥିଲେ। ସେମାନଙ୍କୁ ରାଜ୍ୟ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସମେତ ମଞ୍ଚରେ ଥିବା ମନ୍ତ୍ରୀ ଓ ନେତା ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟମଣ୍ଡପରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣାର କୃଷି ମହାବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ମିଶ୍ରଣ ପର୍ବ ସମାବେଶରେ ରାଜ୍ୟ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ତଥା କଳାହାଣ୍ଡି ବିଜେଡି ପ୍ରଭାରି ନବକିଶୋର ଦାସ, ମନ୍ତ୍ରୀ ନିରଞ୍ଜନ ପୂଝାରୀ, ଟୁକୁନୀ ସାହୁ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମେତ ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଦାୟକ ଭୁପେନ୍ଦ୍ର ସିଂହ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଆକାଶ ଦାସ ନାଏକ, ସୁଜାତା ଦେଓ ସମେତ କଳାହାଣ୍ଡି ଜିଲ୍ଲା ବିଜେଡିର ଭବାନୀଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ପ୍ରସାଦ ନନ୍ଦ, ଲଳିତା ନାଏକ, ପୁର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଭବାନୀ ନିଆଲ, ମଣ୍ଟୁ ନାଏକ, କଲ୍ୟାଣୀ ନାଏକ, ମନିଷା ସାହୁ ପ୍ରମୁଖ ବିଜେଡି ନେତା ମାନେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବ ପୂର୍ବରୁ ଭବାନୀପାଟଣା ସହରର ବିଭିନ୍ନ ପଡାରୁ ଶତାଧିକ ମହିଳା ଓ ପୁରୁଷ ପୃଥକ ପୃଥକ ଭାବେ ଶୋଭାଯାତ୍ରାରେ ମିଶ୍ରଣ ସ୍ଥଳକୁ କଡା ସୁରକ୍ଷାରେ ଆସିଥିଲେ।

prayash

ଗତ କିଛି ଦିନ ହେଲା ମମିତା ହତ୍ୟାକାଣ୍ଡକୁ ନେଇ ସାରା ଓଡିଶାର ଗଳି କନ୍ଦିରେ ରାଜନୈତିକ ବୟାନବାଜି ସାଙ୍ଗକୁ ହଟଚମଟ ଉଠୁଛି ପଡୁଛି। ତାହାରି ଭିତରେ ବିଜେପି ଓ କଂଗ୍ରେସ ମନ୍ତ୍ରୀ ଦିବ୍ୟ ମିଶ୍ରଙ୍କ ବିରୋଧ କରି ବିଭିନ୍ନ ସ୍ଥାନରେ ଅଣ୍ଡାମାଡ ଓ କଳା ପତାକା ପ୍ରଦର୍ଶନ କରାଯାଉଛି। ଏହା ଭିତରେ ୮ ତାରିଖ କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଆସି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି ତିବ୍ର ବିରୋଧ କରିଥିବା ବେଳେ କଂଗ୍ରେସ ଦୁଇ ଘଣ୍ଟିଆ ଜନତା କର୍ଫ୍ୟୁ ଡାକରା ଦେଇଥିଲା। ଏସବୁ ଭିତରେ ବିଜେଡି ଗତ ୭ ତାରିଖ ଦିନ ଜୁନାଗଡ ଠାରେ ମିଶ୍ରଣ ସମାବେଶ କରିଥିବା ବେଳେ ୮ ତାରିଖ ଦିନ ଭବାନୀପାଟଣାଠାରେ ବିଜେଡି ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଛି।

kalyan agarbati

Comments are closed.