www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ମାଓବାଦୀଙ୍କ ଉପଦ୍ରବ ; ଠିକା କ୍ୟାମ୍ପ ଉପରେ ଆକ୍ରମଣ

ଭବାନୀପାଟଣା :  ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକର ଜୁଗସାଇପାଟଣା ଅଞ୍ଚଳ, ମଦନପୁର ରାମପୁର, ଲାଞ୍ଜିଗଡ, ଥୁ.ରାମପୁର ଥାନା ଅଞ୍ଚଳରେ ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। କିନ୍ତୁ ଗତ ୩ ବର୍ଷ ପରେ ପୁଣି ମାଓବାଦୀମାନେ ଭବାନୀପାଟଣା ସହରଠାରୁ ମାତ୍ର ୧୫ କିମି ଦୁର ଚାଞ୍ଚେର ପଞ୍ଚାୟତର ତଲପିପିଲି ଗାଁରେ ଥିବା ଏକ ଠିକାଦାରଙ୍କ ମାଓ କ୍ୟାମ୍ପ ଉପରେ ଚଢାଉ କରିବା ସହିତ କ୍ୟାମ୍ପରେ ଥିବା ୩ଟି ଟ୍ରାକ୍ଟର, ୧ଟି ଜେସିବି, ୨ଟି ଟିପରକୁ  ଡିଜେଲ ଢାଳି ପୋଡି ଦେବା ସହିତ ରାସ୍ତା କାମ କରୁଥିବା ଠିକାଦାରଙ୍କ ପ୍ରଲୋଚନାରେ ୨୦୨୦ ଫେବୃୟାରୀ ୧୮ ତାରିଖ ଦିନ ରାମଦାସ ଓରଫ ଲାଲସୁକୁ ପୁଲିସ ଗିରଫ କରିଛି। ସଂପୃକ୍ତ ଠିକାଦାର ମାଓବାଦୀ ସଂଗଠନ ସହିତ ବିଶ୍ୱାସଘାତ କରିଛି। ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ସହିତ ବିଭିନ୍ନ ସ୍ଥାନରେ ସିଆର୍ପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ବିରୋଧ ଓ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଯୋଜନା ବିରୋଧ କରି ବହୁ ପୋଷ୍ଟର ତଲପିପିଲି ଗାଁରେ ମରାଯାଇଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଉକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖାଯାଇଛି।

ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗତ ୨୦୧୬ ରୁ ୨୦୨୨ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ଓ କୁମ୍ବିଂ ଅପରେସନ କରୁଥିବା ସିଆରପିଏଫ୍ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। କେତେକ ସ୍ଥାନରେ ମାଓବାଦୀ ମାନେ ଠିକାଦାରଙ୍କ କ୍ୟାମ୍ପଉପରେ ଚଢାଉ କରି ଯାନବାହାନ ପୋଡି ଦେଇଥିବା ବେଳେ ଆଉ କିଛି ସ୍ଥାନରେ ମାଓବାଦୀ ମାନେ ପୁଲିସର ଖବରଦାତା ସନ୍ଦେହରେ କିଛି ଲୋକଙ୍କୁ ହତ୍ୟା କରିଥିଲେ। ଆଉ କିଛି ସ୍ଥାନରେ କୁମ୍ବିଂ ଅପରେସନ ସମୟରେ ଯବାନଙ୍କ ଗୁଳିରେ ପ୍ରାୟ ୧୦ ଜଣରୁ ଅଧିକ ମାଓବାଦୀ ମୃତ୍ୟୁ ହୋଇଥିବା ବେଳେ ୯ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ପୁଲିସ କୁମ୍ବିଂ ଅପରେସନ ସମୟରେ ପ୍ରାୟ ୪୩ ରୁ ଉଦ୍ଧ୍ୱର୍ ମାଓ କ୍ୟାମ୍ପ ଧ୍ୱଂସ ବିଧ୍ୱସ୍ତ କରିବା ସହିତ ବିଭିନ୍ନ ମାଓ କ୍ୟାମ୍ପରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୁଳା, ଡିଟୋନେଟର, ଟିଫିନ ବୋମା ଏବଂ ମାଓ ସାମଗ୍ରୀମାନ ଜବତ କରିବାରେ ସଫଳ ହୋଇଥିଲେ।

୨୦୧୯ ମଇ ମାସ ପରଠାରୁ ମାଓବାଦୀ ମାନେ ଜିଲ୍ଲାରେ ସେପରି ବଡ ଧରଣର ଅଘଟଣା କିମ୍ବା ପୋଡାଜଳା କରିନଥିଲେ। ୨୦୧୯ ରୁ ୨୦୨୨ ମଇ ୨୩ ତାରିଖ ଭିତରେ ଜିଲ୍ଲାର ବିଶେଷ କରି ମ.ରାମପୁର, ଲାଞ୍ଜିଗଡ, ଥୁ.ରାମପୁର ବ୍ଲକର ମାଓପ୍ରବଣ ଅଞ୍ଚଳ ଏବଂ ଭବାନୀପାଟଣା ବ୍ଲକର କର୍ଲାପାଟ ଅଭୟାରଣ୍ୟ ଏବଂ ଯୁଗସାଇପାଟଣା ପଞ୍ଚାୟତ ଆଦି ଅଞ୍ଚଳରେ ମାଓବାଦୀମାନେ କାଁଭାଁ କେଉଁଠି ନିଜର ଉପସ୍ଥିତି ଜାହିର କରିବା ପାଇଁ ପୋଷ୍ଟର ମାରିବା ସହିତ ଗଛକାଟି ରାସ୍ତା ଅବରୋଧ କରିବା ଛଡା ଅନ୍ୟ କୌଣସି ବଡଧରଣର ଅଘଟଣ ଘଟାଇନଥିଲେ।

ମାଓବାଦୀମାନେ ଦୀର୍ଘ ୩ ବର୍ଷର ନିରବତା ପରେ ପୁଣି ଥରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଠାରୁ ମାତ୍ର ୧୫ କିମି ଦୁରରେ ଥିବା ଚାଞ୍ଚେର ପଞ୍ଚାୟତ ଓ ଯୁଗସାଇପାଟଣା ପଞ୍ଚାୟତ ଅଧିନରେ ଥିବା ପୋଖରୀ ଘାଟି-ମନସ୍କା ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତା ନିର୍ମାଣ ପାଇଁ ଭବାନୀପାଟଣାର ପ୍ରମୋଦ ପଟ୍ଟନାୟକ ନାମକ ଜୈନିକ ଠିକାଦାର କାର୍ଯ୍ୟ କରୁଛନ୍ତି। ଉକ୍ତ ରାସ୍ତା ନିର୍ମାଣ ପାଇଁ ଚାଞ୍ଚେର ପଞ୍ଚାୟତର ତଲପିପିଲି ଗ୍ରାମରେ ଠିକାଦାର ଶ୍ରୀ ପଟ୍ଟନାୟକଙ୍କ ଠିକା କ୍ୟାମ୍ପ ରହିଛି। ଉକ୍ତ ଠିକାଦାରଙ୍କ କ୍ୟାମ୍ପ ଉପରେ ଗତ ୨୫ ତାରିଖ ରାତ୍ର ପ୍ରାୟ ୯.୩୦ ସମୟରେ ୫୦ ରୁ ୬୦ ପୁରୁଷ ଓ ମହିଳା ସଶସ୍ତ୍ର ମାଓବାଦୀମାନେ ଉକ୍ତ କ୍ୟାମ୍ପକୁ ଚଢାଉ କରି ନିଜର ଉପସ୍ଥିତି ଜାହିର କରି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ଆଉ କିଛି ସଶସ୍ତ୍ରମାଓବାଦୀ ଉକ୍ତ ଠିକାଦାରର ମୁଖ୍ୟ ସୁପରଭାଇଜରଙ୍କୁ ଡାକି ଠିକା କ୍ୟାମ୍ପରେ ଥିବା ଗାଡି ମାନଙ୍କୁ ପୋଡିଦେବା ପାଇଁ କହିଥିଲେ। ପରେ ମାଓବାଦୀମାନେ କ୍ୟାମ୍ପର ନିକଟରେ ଥିବା ଡିଜେଲ ଓ ପେଟ୍ରୋଲ ଆଣି ୩ଟି ଟ୍ରାକ୍ଟର, ୧ଟି ଜେସିବି, ୨ଟି ଟିପର ଉପରେ ଢାଳି ନିଆଁ ଲଗାଇଦେଇଥିଲେ। ପରେ ସେମାନେ ସେଠାରେ ଏବଂ ତଲପିପିଲି ଗାଁ ର ବିଭିନ୍ନ ସ୍ଥାନରେ ମାଓପୋଷ୍ଟର ଲଗାଇ ଚାଲିଯାଇଥିଲେ।
ସେଠାରେ ମାଓବାଦୀମାନେ ପ୍ରାୟ ୨ ରୁ ୩ ଘଣ୍ଟା ରହି ଏହି ତାଣ୍ଡବ କରିଥିଲେ। ଏଠାରେ ସୂଚନା ଯେ, ମାଓବାଦୀମାନେ ଲଙ୍କା କାଣ୍ଡ କରୁଥିବା ସମୟରେ ଘଟଣାସ୍ଥଳଠାରୁ କିଛି ଦୁରରେ ଏକ ବିବାହ ଭୋଜି ଚାଲିଥିଲା ଓ ସେଠାରେ ପ୍ରାୟ ୨ ଶହ ରୁ ୩ ଶହ ଲୋକଙ୍କ ଭିଡ ଥିଲା। ମାଓବାଦୀଙ୍କ ରଣ ହୁହାଙ୍କର ଶୁଣିବା ପରେ ଭୟରେ ଭୋଜି ଛାଡି ଯିଏ ଜୁଆଡେ ଚାଲିଯାଇଥିଲେ। ମାଓବାଦୀମାନେ ଛାଡିଯାଇଥିବା ପୋଡର ଗୁଡିକରେ ଉଲେଲ୍ଲେଖ କରିଛନ୍ତି , ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ଗୋପାଲପାଟନା ଥାନା ଅଧିନସ୍ତ ଥିବା ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକ ଓରଫ ଲାଲସୁ (୨୮) ଓଡିଶା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରେ ଆକୃଷ୍ଟ ହୋଇ ସେ ମାଓବାଦୀ ସଂଗଠନ ଛାଡି ୨୦୨୦ ଫେବୃୟାରୀ ୧୮ ତାରିଖ ଦିନ କଳାହାଣ୍ଡି ଏସ୍ପି ଙ୍କ ନିକଟରେ ଆତ୍ମସମର୍ପଣ କରିନଥିଲା। ତାକୁ ଏହି ରାସ୍ତା ନିର୍ମାଣ କରୁଥିବା ଭବାନୀପାଟଣାର ଠିକାଦାର ପ୍ରମୋଦ ପଟ୍ଟନାୟକ ପୁଲିସ ଦ୍ୱାରା ଗିରଫ କରାଇଥିଲେ।
ଠିକାଦାର ପ୍ରମୋଦ ପଟ୍ଟନାୟକ ମାଓବାଦୀ ସଂଗଠନ ସହିତ ବିଶ୍ୱାଘାତ କରିଛନ୍ତି। ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ତାର ପ୍ରତିବାଦରେ ଏହି ଗାଡିସବୁ ପୋଡାଯିବା ସହିତ ଠିକାକ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି।
ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକ ଓରଫ ଲାଲସୁ ଗତ କିଛି ଦିନ ତଳେ ଆତ୍ମ ସମର୍ପଣ କରିଥିବା ଜଣେ ମହିଳା ମାଓବାଦୀଙ୍କୁ ପୁଲିସ ହେପାଜତରେ ବିବାହ କରିଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ଥିବା ଜଳ ଓ ଜଙ୍ଗଲ ଲୁଟ କରିବା ପାଇଁ ଲଙ୍କାଗଡ, ଡିମିରିଗୁଡା, ସର୍ଧପୁର, କର୍ଲାପାଟ ଆଦି ଅଞ୍ଚଳରେ ମାଓ ଦମନ ପାଇଁ ସରକାର ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ବିରୋଧ କରାଯିବା, ସିଆରପିଏଫ୍ ମାନେ ଧନୀ ସାହୁକାର, ଠିକାଦାର ଓ ବିଜେଡି ନେତା ସହିତ ଲୁଟ କରୁଥିବା କମ୍ପାନୀକୁ ସୁରକ୍ଷା ଦେଉଛି ତାକୁ ବିରୋଧ କରାଯାଉ। ସିଆର୍ପିଏଫ୍ ଙ୍କ ବନ୍ଧୁକ ମୁନରେ ସରକାର ଗରିବ ଆଦିବାସୀ ଓ ଦଳିତ ମାନଙ୍କ ବିସ୍ତାପିତ କରିଆସୁଛନ୍ତି। ସିଆର୍ପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିବା ପଛରେ ଯେଉଁ ନେତାଙ୍କ ହାତ ଅଛି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖାଯାଇଥିବା ବେଳେ ୨୬ ତାରିଖ ଦିନ ଦିନ ୧୨ ସୁଦ୍ଧା କୌଣସି ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇନଥିବା ଦେଖିବାକୁ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories