www.samajalive.in
Sunday, December 7, 2025
26.1 C
Bhubaneswar

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ପୁଲିସ୍ ତାଙ୍କୁ ଏସଡିଜେଏମଙ୍କ ବାସଭବନକୁ ନେଇଛି। ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଅଭିଯୋଗରେ ହୋଇଥିଲା ଏତଲା । ଏନେଇ ଗତକାଲି ରାତିରେ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଥିଲା । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ ମା’ ବିରଜା ହାଟରେ ହଙ୍ଗାମା ଘଟଣା ପରଠୁ ଗତ କିଛି ଦିନ ହେବ ବିବାଦ ଘେରକୁ ଆସିଛନ୍ତି ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଗତକାଲି ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ ମାରି ତାଙ୍କ ଠାରୁ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଭବ ପ୍ରସାଦ ଦାସଙ୍କ ନାଁରେ ଯାଜପୁର ଥାନାରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଆଜି ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories