ଜୟପୁର :କୋରାପୁଟ ଜିଲା ବୋରିଗୁମ୍ମା ଥାନା ଦୁଲାଗୁଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି ଦ୍ବିତୀୟ ବିବାହ। ପ୍ରଥମ ସ୍ତ୍ରୀଙ୍କ ଧାରଣା ପରେ ବେଦୀରୁ ବରଙ୍କୁ ଉଠାଇ ନେଇଛି ପୁଲିସ। ଗତ ୨୮ ତାରିଖରେ ବୋରିଗୁମ୍ମା ଥାନାରେ ଯମୁନା ସମରଥ ନାମ୍ନୀ ମହିଳା ଲିଖିତ ଅଭିଯୋଗ କରିଥିଲେ ଯେ, ଦୁଲାଗୁଡ଼ା ଗ୍ରାମର ବିପିନ ସମରଥ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୧୬ ବର୍ଷ ବୟସ୍କ ରାଜ ସମରଥ ନାମକ ପୁତ୍ର ଅଛି ଯିଏକି ଏବେ ଯୁକ୍ତ ୨ରେ ପାଠ ପଢ଼ୁଛି। ଏ ସବୁ ସତ୍ତ୍ୱେ ସ୍ବାମୀ ବିପିନ ସେମାନଙ୍କୁ ଛାଡ଼ି ଦୁଲାଗୁଡ଼ାର ଜଣେ ଯୁବତୀଙ୍କ ସହ ଦ୍ବିତୀୟ ବିବାହ କରୁଥିବା ଯମୁନା ଲିଖିତ ଅଭିଯୋଗ କରି ପୁଲିସଠାରୁ ନ୍ୟାୟ ଭିକ୍ଷା କରିଥିଲେ। ଖାଲି ସେତିକି ନୁହେଁ ଯମୁନା ତାଙ୍କର ପୁତ୍ରଙ୍କୁ ଧରି ଦୁଲାଗୁଡ଼ା ସ୍ଥିତ କନିଆଁ ଘରେ ପହଞ୍ଚି ବିଭାଘରକୁ ବିରୋଧ କରି ଧାରଣା ମଧ୍ୟ ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ବାହା ବେଦୀରୁ ବର ବିପିନଙ୍କୁ ଉଠାଇ ଆଣି ପଚରା ଉଚୁରା ଜାରି ରଖିବା ସହ ଘଟଣାର ତଦନ୍ତ କରୁଛି।
Popular Categories



