କଟକ: ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଭୋଟର ମନୋଜ କୁମାର ପଣ୍ଡାଙ୍କ ପକ୍ଷରୁ ଆଗତ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ବିଚାରପତି ଶଶିକାନ୍ତ ମିଶ୍ର ଏହି ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୭କୁ ଧାର୍ଯ୍ୟ ହୋଇଛି।
ମନୋଜ ପଣ୍ଡା ଦାଖଲ କରିଥିବା ପିଟିସନ୍ରେ ଅଭିଯୋଗ କରିଛନ୍ତି ଯେ, କେ. ଅନିଲ କୁମାର ନିର୍ବାଚନ ସମୟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ସେ ଅନେକ ତଥ୍ୟ ଲୁଚାଇଛନ୍ତି। ସତ୍ୟପାଠରେ ସବିଶେଷ ସୂଚନା ପ୍ରଦାନ କରିନାହାନ୍ତି। ତେଣୁ ତାଙ୍କ ବିଧାୟକ ପଦକୁ ରଦ୍ଦ ପାଇଁ ସେ ଅଦାଲତରେ ପ୍ରାର୍ଥନା କରିଥିଲେ।



