www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ ଓ୍ବାଇଫାଇ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରକୁ କରାଯିବ ମାଗଣା ଓ୍ବାଇଫାଇ ଜୋନ୍। ବିଦ୍ୟାର୍ଥୀ ସମେତ ଅଧ୍ୟାପକ ହେବେ ଉପକୃତ। କ୍ୟାମ୍ପସ ପରିସରକୁ ମାଗଣା ଓ୍ବାଇଫାଇ କରିବା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ରେଲଟେଲ ସହିତ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଛି। ଯା‌ହା ଫଳରେ ଆଗାମୀ ଦିନରେ ବିଦ୍ୟାର୍ଥୀମାନେ ଏଥିରୁ ଉପକୃତ ହୋଇପାରିବେ। ପୂର୍ବ ସରକାରଙ୍କ ଅମଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୨୦୨୪ ମସିହାରେ କ୍ୟାମ୍ପସ ପରିସରକୁ ଓ୍ବାଇଫାଇ ଯୁକ୍ତ କରିବା ପାଇଁ ବିଶ୍ବବିଦ୍ୟାଳୟକୁ ୬କୋଟି ୭୦ଲକ୍ଷ ୨୨ହଜାର ୧୬୪ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଜୁନ ୩୦ ତାରିଖ ୨୦୨୪ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କୁହାଯାଇଥିଲା। ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଯୋଗୁଁ ଆଚରଣ ବିଧି ଲାଗୁ ହୋଇ ଯାଇଥିଲା। ଯାହାଫଳରେ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ୱ ହୋଇଥିଲା।

ଶୁକ୍ରବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରେଲଟେଲ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇସାରିଛି। ଆସନ୍ତା ୨୬ ସପ୍ତାହ ମଧ୍ୟରେ ରେଲଟେଲ ପକ୍ଷରୁ ଏହି କାମକୁ ସାରିବା ସହ କ୍ୟାମ୍ପସ ପରିସରକୁ ଓ୍ବାଇଫାଇ ଯୁକ୍ତ କରିବାକୁ ଚୁକ୍ତି କରାଯାଇଛି। ରେଲଟେଲ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଭୂତଳ କେବୁଲ ବିଛାଯାଇ ସମସ୍ତ ବିଭାଗକୁ ସଂଯୋଗ କରାଯିବା ସହିତ ସମସ୍ତ ହଷ୍ଟେଲକୁ ମଧ୍ୟ ୱାଇଫାଇ ଦ୍ବାରା ସଂଯୋଗ କରାଯିବ ବୋଲି ଜଣାପଡିଛି। ପ୍ରତିଦିନ ୧୫ଶହ ବ୍ୟବ‌ହାରକାରୀ ୫ଶହ ଏମବିପିଏସ ସ୍ପିଡ୍‌ର ମାଗଣା ଇଣ୍ଟରନେଟ ସୁବିଧା ପାଇ ପାରିବେ। ଯାହାଫଳରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ବିଦ୍ୟାର୍ଥୀ ଏହି ସୁବିଧା ପାଇପାରିବେ। ବିଶେଷ କରି ଏହି ବ୍ୟବସ୍ଥା ଦ୍ବାରା ବିଶ୍ବବିଦ୍ୟାଳୟରେ ଗବେଷଣା କରୁଥିବା ବିଦ୍ୟାର୍ଥୀମାନେ ବିଶେଷ ଉପକୃତ ହୋଇ ପାରିବେ। ଚୁକ୍ତିନାମା ପ୍ରକାରେ ରେଲଟେଲ ସଂସ୍ଥାକୁ ମୋଟ ପ୍ରକଳ୍ପ ଅର୍ଥର ଶତକଡା ୮୦ଭାଗ ଟଙ୍କା ବିଶ୍ବବିଦ୍ୟାଳୟ ପକ୍ଷରୁ ଅଗ୍ରୀମ ଦିଆଯାଇଛି। ରେଲଟେଲ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ସହିତ ୫ବର୍ଷ ପାଇଁ କ୍ୟାମ୍ପସକୁ ଓ୍ବାଇଫାଇ ଯୁକ୍ତ କରିବା ପାଇଁ ଚୁକ୍ତିପତ୍ର ହୋଇଥିବା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରକାଶ କରିଛନ୍ତି। ଚୁକ୍ତିନାମା ସ୍ବାକ୍ଷରିତ ସମୟରେ କୁଳସଚିବ ସଚିଦାନନ୍ଦ ନାୟକ, ରେଲଟେଲ ଅଧିକାରୀ ଉପସ୍ଥିତ ରହିଥିଲେ। କ୍ୟାମ୍ପସ ପରିସରରେ ଓ୍ବାଇଫାଇ ସୁବିଧା ନ ଥିବାରୁ ବିଦ୍ୟାର୍ଥୀ ସମେତ ଗବେଷଣା କରୁଥିବା ବିଦ୍ୟାର୍ଥୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories