କାଠରେ ଶ୍ରୀରାମଙ୍କୁ ଭକ୍ତି ଅର୍ଘ୍ୟ
ବ୍ରହ୍ମପୁର :ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଉପାୟରେ ସମସ୍ତେ ନିଜର ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଅବସରରେ ବ୍ରହ୍ମପୁର କ୍ଷୁଦ୍ର କାଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ କଳାକୃତି। ୧୪ ଇଞ୍ଚ ଉଚ୍ଚତା ଏବଂ ୧୧ ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତିରେ ସମ୍ପୂର୍ଣ୍ଣ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ସଂଶ୍ଳିଷ୍ଟ ରହିଛି। ଏହି କଳାକୃତିର ମଧ୍ୟ ଭାଗରେ ଶ୍ରୀରାମ, ସୀତା, ଲକ୍ଷ୍ମଣ ଏବଂ ରାମଦୂତ ହନୁମାନଙ୍କ ସମେତ ଚାରି କୋରଣରେ ଚାରି ଧାମ ରହିଛି।
ସେହିଭଳି ଅତି ନିଖୁଣ ଏବଂ ସୁନ୍ଦର ଭାବରେ କାଠରେ ଏକ ବିସ୍ମୟ କଲାଭଳି ଗଜ ମୁଖ ସହିତ ଅନେକ କଳାକୃତି ନିର୍ମାଣ କରିଛନ୍ତି। ଶ୍ରୀ ଜଗନ୍ନାଥ ପୁରୀ ଧାମ ଉଚ୍ଚତା ୨ ଇଞ୍ଚ ରହିଥିବା ବେଳେ ଶ୍ରୀ ବଦ୍ରୀନାଥ ଧାମ ଉଚ୍ଚତା ୨.୨୫ ଇଞ୍ଚ, ଶ୍ରୀ ଦ୍ବାରିକା ଧାମ ଉଚ୍ଚତା ୨.୨୫ ଇଞ୍ଚ, ଶ୍ରୀ ରାମେଶ୍ବର ଧାମ ଉଚ୍ଚତା ୨ ଇଞ୍ଚ, ଶିବ ଲିଙ୍ଗ ଉଚ୍ଚତା ୧ ସେ.ମି ରହିଛି। ସେହିଭଳି ଶ୍ରୀରାମଙ୍କ ମୂର୍ତ୍ତି ଉଚ୍ଚତା ୨.୬ ଇଞ୍ଚ ଏବଂ ଓସାର ୦.୭୫ ଇଞ୍ଚ ରହିଥିବା ବେଳେ ସୀତାଙ୍କ ମୂର୍ତ୍ତି ଉଚ୍ଚତା ୨.୫ ଇଞ୍ଚ ଏବଂ ଓସାର ୦.୫ ଇଞ୍ଚ, ଲକ୍ଷ୍ମଣଙ୍କ ମୂର୍ତ୍ତି ଉଚ୍ଚତା ୨.୫ ଇଞ୍ଚ ଏବଂ ଓସାର ୦.୭୫ ଇଞ୍ଚ ଓ ହନୁମାନଙ୍କ ମୂର୍ତ୍ତି ଉଚ୍ଚତା ୧.୫ ଇଞ୍ଚ ଏବଂ ଓସାର ୦.୭୫ ଇଞ୍ଚ ରହିଛି।
Comments are closed.