www.samajalive.in
Sunday, December 7, 2025
23.1 C
Bhubaneswar

ଏମକେସିଜି ମେଡିକାଲରେ ଆଉଟଡୋର ବନ୍ଦ କଲା ପ୍ରଶାସନ

ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଉଟଡୋର ଚିକିତ୍ସା ସେବାକୁ ଆଜି ଠାରୁ ବନ୍ଦ କରିଦିଆଯାଇଛି । କେବଳ ଜରୁରୀକାଳୀନ ଚିକିତ୍ସା ସହ ରେଫେର ହୋଇ ଆସୁଥିବା ରୋଗୀଙ୍କ ହିଁ ଚିକିତ୍ସା କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲର ମୁଖ୍ୟ ଫାଟକକୁ ଛାଡି ଅନ୍ୟ ସମସ୍ତ ରାସ୍ତା ବନ୍ଦ କରାଯାଇଛି । ସେହିପରି ମୁଖ୍ୟ ଫାଟକରେ ପୁଲିସ ମୁତୟନ କରିବାକୁ ବ୍ରହ୍ମପୁର ଏସପିଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଏମକେସିଜି ମେଡିକାଲରେ ଗତ କିଛି ଦିନ ହେଲା କରୋନା ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ଏପରିକି ଏହା ଭିତରେ ଥିବା କରୋନା ଆଇସୋଲେସନ କକ୍ଷରେ ରୋଗୀ ଭର୍ତ୍ତି ହୋଇଯିବାରୁ ପ୍ରତ୍ୟେକ ବିଭାଗରେ ଆଇସୋଲେସନ କକ୍ଷ ଖୋଲିବାକୁ ଯୋଜନା ହୋଇଛି । ଏପଟେ ଏହି ମେଡିକାଲରୁ ପ୍ରତ୍ୟେକ ଦିନ ଏକାଧିକ ଡାକ୍ତର, ନର୍ସ କରୋନାରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମେଡିକାଲର ୧୦୦ ରୁ ଉର୍ଦ୍ଧ୍ବ ଡାକ୍ତର, ନର୍ସ, କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories