ଦେହରେ ନିଆଁ ଲଗାଇଲେ ଯୁବତୀ

ବ୍ରହ୍ମପୁର: ବ୍ଲକ କାର୍ଯ୍ୟାଳୟ ଆଗରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଯୁବତୀ ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବତୀଙ୍କ ଦେହରେ ନିଆଁ ଲାଗିଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ  ଯୁବତୀଙ୍କୁ ଏକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିଚୟ ମିଳିଛି।  ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁର ଏହି ଯୁବତୀ ଘରୋଇ କଳିରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।

Comments are closed.