www.samajalive.in
Tuesday, December 9, 2025
15.1 C
Bhubaneswar

ଓଡିଆ ଭାଷାର ବ୍ୟବହାର ଓ ବହୁଳ ପ୍ରଚଳନ ଉପରେ ଗୁରୁତ୍ବ

ଗୋପାଳପୁର :ଓଡ଼ିଆ ସରକାରଙ୍କ ନୂଆ – ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଦକ୍ଷିଣ ଓଡ଼ିଶା ଓ ଭାଷା ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ପର୍ଯ୍ୟାୟରେ ଚଳିତ ଜାନୁଆରୀ ୧୮ତାରିଖରୁ ଆରମ୍ଭ ହୋଇଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ମଧ୍ୟରେ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ କବିତା ଲିଖନ, ଓଡ଼ିଆ ତର୍କ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ  ସମୟରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଏକ ପୁରସ୍କାର ବିତରଣ ସଭାର ଆୟୋଜନ କରାଯାଇଥିଲା
ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଭାଷା ଏବଂ ତାର ବ୍ୟବହାର ଓଡ଼ିଆ ଭାଷାର ବହୁଳ ପ୍ରଚଳନ ଉପରେ ଗୁରୁତ୍ବ ଦେବା ଲାଗି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମା’ ପରି ମାତୃଭାଷା ଓଡ଼ିଆର ତୁଳନା ନାହିଁ ବୋଲି ମତବ୍ୟକ୍ତ କରିଥିଲେ।
ସେହିପରି ଭାବରେ ଭାରପ୍ରାପ୍ତ  ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର ଦିଗରେ ହେଉଥିବା ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ପୁରସ୍କାର ବିତରଣର କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଡ. ସଦାନନ୍ଦ ନାୟକ ସଂଯୋଜନା କରିଥିବା ବେଳେ  ମଞ୍ଚ ପରିଚାଳନା କରିଥିଲେ ଇତିହାସ ବିଭାଗର ଅଧ୍ୟାପକ ଶଙ୍କର୍ଷଣ ମଲ୍ଲିକ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ  ଦେବୀ ପ୍ରସାଦ ଶତପଥୀ । ଏହି କାର୍ଯ୍ୟକ୍ରମର ଶେଷରେ  ଧନ୍ୟବାଦ ଅର୍ପଣ କରିଥିଲେ ଅତିଥି ଅଧ୍ୟାପକ ଜିତେନ୍ଦ୍ର କୁମାର  ମହାନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories