www.samajalive.in
Saturday, December 6, 2025
23.1 C
Bhubaneswar

ଅମୃତଭଣ୍ଡାର ଉପକାରୀ ଗୁଣ

ଆମ ମଧ୍ୟରୁ ବହୁ ଲୋକ ଅମୃତଭଣ୍ଡା ଖାଇବାକୁ ପସନ୍ଦ କରି ନଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଅମୃତଭଣ୍ଡା ଖାଇବାକୁ ଏତେ ସୁସ୍ବାଦୁ ନହେଲେ ମଧ୍ୟ ଶରୀର ପାଇଁ ଏହା ଖୁବ୍ ଉପକାରୀ। ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି ଓ ଭିଟାମିନ୍-ଇ ପ୍ରଚୁର ପରିମାଣରେ ରହିଛି। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା, ଉଭୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହା ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ। ତେବେ ଚାଲନ୍ତୁ ଜାଣିବା, ଅମୃତଭଣ୍ଡା ଖାଇବା ଦ୍ବାରା ଶରୀରର କି ଉପକାର ହୋଇଥାଏ –

– ଅମୃତଭଣ୍ଡା ଖାଇବା ଦ୍ୱାରା ଆମ ପେଟ ସଫା ରହିଥାଏ। ହଜମ ପ୍ରକ୍ରିୟାରେ ସୁଧାର ଆସେ। ତେଣୁ ପ୍ରତିଦିନ ଖାଦ୍ୟରେ ଅମୃତଭଣ୍ଡା ସାମିଲ୍ କରନ୍ତୁ।
– ଅମୃତଭଣ୍ଡା ହୃଦ୍ଜନିତ ସମସ୍ୟାରୁ ଦୂରେଇ ରଖିଥାଏ। ପ୍ରତିଦିନ ଏହାର ପତ୍ରର ରସ ପିଇଲେ, ହୃଦ୍ରୋଗ ଭଲ ହେବା ସହ ଜ୍ୱର ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ।
– କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ କରିବା ଉଚିତ୍। କାରଣ ଅମୃତଭଣ୍ଡା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ।
– ଅମୃତଭଣ୍ଡା ଆଖି ପାଇଁ ମଧ୍ୟ ଖୁବ୍ ଉପକାରୀ। ଏଥିରେ ଥିବା ଭିଟାମିନ୍-ଏ ଓ ଭିଟାମିନ୍-ସି ଆଖିକୁ ସୁସ୍ଥ ରଖିଥାଏ।
– ଅମୃତଭଣ୍ଡା ଶରୀରରେ ବ୍ୟାକ୍ଟେରିଆଗୁଡ଼ିକୁ ବଢ଼ିବାକୁ ଦିଏ ନାହିଁ। ଏହା ରକ୍ତ ବୃଦ୍ଧିରେ ସାହାଯ୍ୟ କରେ।
– ଅମୃତଭଣ୍ଡା ଖାଇଲେ ଗଣ୍ଠି ଦରଜରୁ ମଧ୍ୟ ଉପଶମ ମିଳିଥାଏ। ତେଣୁ ବୟସ୍କ ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ୍।
– ଏହା ଆମ ଶରୀରରେ ମେଟାବୋଲିଜିମ୍ ବଢ଼ାଇଥାଏ ଫଳରେ ଓଜନ ମଧ୍ୟ ହ୍ରାସ ପାଇଥାଏ।
– ଅମୃତଭଣ୍ଡା ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ। ଅମୃତଭଣ୍ଡା ଖାଇଲେ ତ୍ୱଚାରେ ବ୍ରଣ ସମସ୍ୟା ଦୂର ହେବାସହ ତ୍ୱଚା ଉଜ୍ବଳ ହୋଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories