www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷିତ, ୨୫ ନୂଆ ମୁହଁ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପରେ ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ପ୍ରାର୍ଥୀ ତାଲକା ଘୋଷଣା କରିଛନ୍ତି।
ତାଲିକାରେ ୨୫ ଜଣ ନୂଆ ମୁହଁ ଦେଖିବାକୁ ମିିଳିଛି। ୮୫ ଜଣ ବିଧାୟକ ତାଲିକାରେ ପୁଣି ଥରେ ସ୍ଥାନ ପାଇଛନ୍ତି। ପ୍ରାର୍ଥୀ ତାଲିକା ଅନୁଯାୟୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଝଲରାପଟନ୍‍ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୦୩ରୁ ସେ ସେହି ଆସନରୁ ନିର୍ବାଚନ ଲଢ଼ି ଆସୁଛନ୍ତି। ତାଲିକାରୁ ଏକାଧିକ ମନ୍ତ୍ରୀ ଓ ବିଧାୟକ ବାଦ୍‍ ପଡ଼ିଥିବା ବେଳେ କେତେକଙ୍କ ଆସନରେ ପରିବର୍ତ୍ତନ କରାଯାଇଛି। ବାଚସ୍ପତି କୈଳାସ ମେଘାୱାଲ୍‍ଙ୍କ ନିର୍ବାଚନ ମଣ୍ଡଳିକୁ ଶାହପୁରରୁ ପିଲାନିକୁ ପରିବର୍ତ୍ତନ କରାଯାଇଛି। ରାଜସ୍ଥାନରେ ବିଜେପି କଂଗ୍ରେସଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ଯାଉଛି। ତେଣୁ କୌଣସି ବି ବିକଳ୍ପକୁ ବିଜେପି ହାତଛଡ଼ା କରିବାକୁ ଚାହୁଁନି। ୨୦୧୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୦୦ ଆସନରୁ ବିଜେପି ୧୬୩ଟି ଆସନରେ ଜିତି ସରକାର ଗଠନ କରିଥିଲା। କିନ୍ତୁ ପ୍ରତି ନିର୍ବାଚନରେ ରାଜସ୍ଥାନ ଭୋଟଦାତା ଦଳ ପରିବର୍ତ୍ତନ କରିବାର ସନ୍ଦେଶ ଦେଇ ଆସିଥିବାରୁ ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି। ଅପରପକ୍ଷରେ ଏହି ଧାରାକୁ ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories