www.samajalive.in
Wednesday, December 10, 2025
14.1 C
Bhubaneswar

ସୀମାନ୍ତରେ ଘୂରୁଛି ଆନ୍ଧ୍ରର ଘରୋଇ ଆମ୍ବୁଲାନ୍ସ, ସ୍ବାସ୍ଥ୍ୟବୀମା ଅର୍ଥ ଲୁଟୁଛନ୍ତି ବେସରକାରୀ ହସ୍ପିଟାଲ

ରାୟଗଡ଼ା: ଓଡ଼ିଶାର ରାୟଗଡ଼ା ଜିଲା ସୀମାନ୍ତରେ ପ୍ରତିଦିନ ପଇଁତରା ମାରୁଛି ଆନ୍ଧ୍ରର ଘରୋଇ ଆମ୍ବୁଲାନ୍ସ। ରୋଗୀଙ୍କୁ ଖୋଜି ଖୋଜି ଆନ୍ଧ୍ରର ବେସରକାରୀ ହସ୍ପିଟାଲକୁ ନିଆଯାଉଛି। ଯେଉଁ ହସ୍ପିଟାଲ ଗୁଡିକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା)ରେ ଅନୁବନ୍ଧିତ ହୋଇଛନ୍ତି, ସେମାନେ ଏହାର ଫାଇଦା ଉଠାଉଛନ୍ତି। ଆନ୍ଧ୍ରର ଆରୋଗ୍ୟ ଶ୍ରୀ ଯୋଜନାରେ ରୋଗୀଟି ପ୍ରଥମେ ଅର୍ଥ ପଇଠ କରି ଚିକିତ୍ସା ସେବା ପାଇବା ପରେ କାଗଜପତ୍ର ଦାଖଲ କରି ବୀମା ସଂସ୍ଥାଠାରୁ ବ୍ୟୟ ଅର୍ଥ ପାଇଥାଏ। ମାତ୍ର ବିଏସକେୱାଇ କ୍ୟାସ୍‌ଲେସ୍‌ ହୋଇଥିବାରୁ ଅନୁବନ୍ଧିତ ହସ୍ପିଟାଲ ଗୁଡିକ ମନଇଚ୍ଛା ବିଲ୍‌ କରି ଅର୍ଥ ଲୁଟୁଥିବା ରୋଗୀମାନେ ଅଭିଯୋଗ କରିଛନ୍ତି।

ଅନେକ ରୋଗୀଙ୍କୁ ଆବଶ୍ୟକ ନ ଥାଇ କ୍ୟାବିନ୍‌, ଆଇସିୟୁ, ଏକାଧିକ ଥର ଡାକ୍ତରୀ ଯାଞ୍ଚ ଆଦି କରାଯାଇ ମୋଟା ଅଙ୍କର ବିଲ୍‌ କରାଯାଉଛି।  ବିଶେଷକରି ଓଡ଼ିଶାର ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲମ, ପାର୍ବତୀପୁରମ, ବିଜୟନଗରମ ଏବଂ ବିଶାଖାପାଟଣାର ସବୁ ଘରୋଇ ହସ୍ପିଟାଲର ଏଜେଣ୍ଟମାନେ ରାୟଗଡ଼ା ଜିଲାର କୋଣ ଅନୁକୋଣରେ ଡେରା ପକାଇ ରାତି ପାହିଲେ ଜିଲା ସୀମାରୁ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ଗାଁକୁ ଗାଁ ବୁଲାଇ ରୋଗୀ ବୁହାଇ ନେଉଥିବା ଦେଖିବାକୁ ମିଳୁଛି।  ବଡ଼ଲୁକୁଟି ଗ୍ରାମର କାମେସ କଣ୍ଡ।ଗରୀ ଦନ୍ତଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଶ୍ରୀକାକୁଲମର ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଇଥିଲେ। ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ସବୁତକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେ ଆରୋଗ୍ୟ ଲାଭ ହୋଇପାରି ନ ଥିବା ଅଭିଯୋଗ ହୋଇଛି।

- Advertisement -

ପ୍ରକାଶଥାଉକି, ରାୟଗଡ଼ା ଜିଲାରେ ୧୦,୩୮୯ ପରିବାରକୁ  ବିଏସ୍‌କେୱାଇରେ କାର୍ଡ ମିଳିଛି। ଆନ୍ଧ୍ରର ୨୯ଟି ଘରୋଇ ହସ୍ପିଟାଲ ଉକ୍ତ କାର୍ଡ ଜରିଆରେ ବୀମା କମ୍ପାନୀଙ୍କ ସହିତ ଚୁକ୍ତି କରିଛନ୍ତି। ଗତ ତିନିବର୍ଷ ମଧ୍ୟରେ ଆନ୍ଧ୍ରର ଘରୋଇ ହସ୍ପିଟାଲ ଗୁଡ଼ିକ ୧୭, ୬୭୯ କୋଟି ଟଙ୍କା ଚିକିତ୍ସା ବାବଦକୁ ନେଇ ସାରିଥିବା ଜଣାପଡିଛି।  ନୂଆ କରି ଉକ୍ତ ଯୋଜନାରେ ଆଉ ୪ଟି ଚିକିତ୍ସାଳୟ ଅନୁବନ୍ଧିତ ହୋଇଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories