www.samajalive.in
Saturday, December 6, 2025
17.1 C
Bhubaneswar

ମେକଅପ ନୁହେଁ ଏହି ଫଳ ବଢାଇଥାଏ ମୁହଁର ସୌନ୍ଦର୍ଯ୍ୟ

ଫଳ ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। କିନ୍ତୁ ଏପରି ଏକ ଫଳ ରହିଛି ଯାହା କେବଳ ସ୍ବାସ୍ଥ୍ୟ ନୁହେଁ ବରଂ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ସେପରି ଫଳ ହେଉଛି କିୱି। ଏଥିରେ ସମସ୍ତ ପ୍ରକାରର ଭିଟାମିନ ରହିଛି। ତାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ମୁହଁରୁ ଆପଣଙ୍କ ବୟସ ଜଣାପଡିଥାଏ। ଯଦି ଆପଣଙ୍କ ମୁହଁ ଶୁଷ୍କ ହୋଇଯାଇଛି ତେବେ କିୱି ଫଳ ଖାଆନ୍ତୁ। ଏହାଦ୍ବାରା ଆପଣ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।

- Advertisement -

କିୱିରେ ଭିଟାମିନ-ଇ ରହିଛି। ଏହା ମୁହଁରୁ ମୃତକୋଷ ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହି ଫଳରେ ଫାଇବର ରହିଥିବାରୁ ତାକୁ ଖାଇବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।

ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କିୱି ଫଳ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ହୋଇଥାଏ। କିୱି ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାଦ୍ବାରା ମୁହଁ ସତେଜ ଦେଖାଯାଏ।

ସମୟ ବଦଳିବା ସହ ମୁହଁର ଚମକ କମି ଯାଇଥାଏ। କିନ୍ତୁ କିୱି ଫଳକୁ ମୁହଁରେ ଲଗାଇବା ଦ୍ବାରା ମୁହଁ ଚମକ ବଢିଥାଏ। କିୱିରେ ଭିଟାମିନ-ସି ଥିବାରୁ ତାହା ମୁହଁରୁ ମୃତକୋଷ ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ।

କିୱିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ମୁହଁ କୁଞ୍ଚନ ହେବାରୁ ରକ୍ଷା କରିଥାଏ। ଏହାସହ ଅନେକ ରୋଗରୁ ଦୂରେଇ ରଖିଥାଏ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories