ସକାଳୁ ପିଅନ୍ତୁ ତୁଳସୀ ଓ ହଳଦୀ ମିଶ୍ରିତ ପାଣି : ଦୂର ହେବ ଅନେକ ମାରାତ୍ମକ ରୋଗ

ଏହା ଆମେ ସମସ୍ତେ ଜାଣନ୍ତି ଯେ ତୁଳସୀ ଏକ ଔଷଧୀୟ ବୃକ୍ଷ। ଏଥିରେ ଅନେକ ରୋଗ ନିବାରଣ କରିବାର କ୍ଷମତା ରହିଛି। ସେହିପରି ହଳଦୀ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏ ଦୁଇ ଜିନିଷର ମିଶ୍ରଣ ଆପଣଙ୍କର ଅନେକ ବଡ଼ବଡ଼ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଓ ହଳଦୀର ମିଶ୍ରଣରେ କିପରି ଓ କେଉଁସବୁ ରୋଗ ଦୂର ହୋଇଥାଏ।

prayash

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଲୋକେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି। ତା’ ମଧ୍ୟରୁ ଏକ ପ୍ରମୁଖ ସମସ୍ୟା ହେଉଛି ଉଚ୍ଚ ରକ୍ତଚାପ। ପ୍ରାୟ ବହୁତ ଲୋକ ଏହି ରୋଗରେ ପୀଡ଼ିତ। ଏଥିରୁ ମୁକ୍ତି ପାଇବା ପାଇଁ ଘରୋଇ ଚିକିତ୍ସା ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ସକାଳେ ତୁଳସୀ ଓ ହଳଦୀ ପାଣି ଅଧାକପ୍‌ ପିଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହାଦ୍ୱାରା କୋଲେଷ୍ଟ୍ରଲର ସ୍ତର ମଧ୍ୟ ସ୍ବାଭାବିକ ହୋଇଥାଏ। ମସ୍ତିଷ୍କ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବାରେ ଏହି ପାଣି ବିଶେଷ ଭାବେ ସହାୟକ ହୋଇଥାଏ। ସେହିପରି ହୃଦଘାତ ସମସ୍ୟା କ୍ଷେତ୍ରରେ ତୁଳସୀ ଓ ହଳଦୀ ପାଣି ମହୌଷଧୀ ଭଳି କାର୍ୟ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

କିପରି କରିବେ ପ୍ରସ୍ତୁତ :
ଅଧାକପ୍ ପାଣିରେ କେତୋଟି ତୁଳସୀ ପତ୍ର ପକାଇ ଗୋଟିଏ ରାତି ରଖିଦିଅନ୍ତୁ। ପରଦିନ ସକାଳେ ସେହି ପାଣିରେ କିଛି ହଳଦୀ ମିଶାଇ ପିଅନ୍ତୁ।

Comments are closed.