ସକାଳ ଜଳଖିଆ ପାଇଁ ସର୍ବୋତ୍କୃଷ୍ଟ ଗଜାମୁଗ

ସ୍ବାସ୍ଥ୍ୟ ପାଇଁ ସକାଳ ଜଳଖିଆର ବେଶ୍ ମହତ୍ତ୍ବ ରହିଛି। ବ୍ୟସ୍ତ ବହୁଳ ଜୀବନରେ ଆମେ ଜଳଖିଆ କରିବାରେ ଅବହେଳା କରୁ ସତ ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ଆମକୁ ବହୁ କ୍ଷତି ସହିବାକୁ ପଡ଼େ। ତେଣୁ ସକାଳର ଜଳଖିଆ କରିବାକୁ କେବେହେଲେ ଭୁଲନ୍ତୁ ନାହିଁ। ତେବେ ଏହା ଆମେ ଜାଣନ୍ତି ଯେ, ଗଜାମୁଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଗଜାମୁଗରେ ଅନେକ ପୋଷକ ତତ୍ତ୍ବ ରହିଥାଏ। ହେଲେ ଏହା ଖୁବ୍ ଲୋକଙ୍କୁ ଜଣା ଯେ, ସକାଳର ଜଳଖିଆ ପାଇଁ ଗଜାମୁଗ ସର୍ବେତ୍କୃଷ୍ଟ। ଜଳଖିଆରେ ଏହାକୁ ଖାଇଲେ ଏହା ଅଧିକ ଲାଭପ୍ରଦ ହୋଇଥାଏ।

prayash

ଗଜାମୁଗ ଶରୀରର ପାଇଁ ଉପକାରୀ ହୋଇଥିବାରୁ ଏହାକୁ ଅମୃତ ଆହାର କୁହାଯାଇଥାଏ। ଏଥିରେ କ୍ଲୋରୋଫିଲ, ଭିଟାମିନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ମ୍ୟାଗନେସିୟମ, ଭଳି ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଥାଏ। ସାଧାରଣ ମୁଗ ଅପେକ୍ଷା ଗଜା ହୋଇଥିବା ମୁଗରେ କାର୍ବୋହାଇଡ୍ରେଡ୍ ପ୍ରୋଟିନର ପରିମାଣ ଅଧିକ ଥାଏ, ଯାହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ।

Comments are closed.